www.samajalive.in
Thursday, December 11, 2025
16.1 C
Bhubaneswar

ରେଳ ଧାରଣରୁ ମିଳିଲା ଯୁବକଙ୍କ ମୃତଦେହ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରୁ ପ୍ରାୟ ତୁରେକେଲା ରୋଡ଼ ଯିବା ରେଳଧାରଣା ନିକଟ ସିଗନାଳ ଖମ୍ବା ପାଖ ଟ୍ରାକରୁ ଜନୈକ ଯୁବକର ଖଣ୍ଡ ବିଖଣ୍ଡିତ ଗଳିତ ଶବ ଉଦ୍ଧାର କରିଛି। ଜିଆରପି ପୁଲିସ ଯୁବକ ଟାଳିପଡ଼ା ଅଞ୍ଚଳର ନିତ୍ୟାନନ୍ଦ ସଗ୍ରୀୟା ବୋଲି ଜିଆରପି ଫାଣ୍ଡି ଅଧିକାରୀ ସୀତାରାମ ସୁନାରି ସୂଚନା ଦେଇଛନ୍ତି। ପୁଲିସ ଏକ ଅପମୃତୁ ମାମଲା ରୁଜୁକରି ମୃତଦେହ ଜବତ କରିଛି। ସ୍ଥାନୀୟ ଡାକ୍ତର ଖାନାରେ ମୃତଦେହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଗତକାଲି ଅପରାହ୍ନ ୨ଟାରୁ ନିତ୍ୟାନନ୍ଦ ଘରୁ ବାହାରି ଆଉ ଘରକୁ ଫେରି ନଥିଲା. ମୃତ ଯୁବକର ରାତି ପର୍ଯ୍ୟନ୍ତ ଖୋଜା ଖୋଜି କରି ପାଇ ନଥିଲେ। ଗତ ରାତିରେ ପାଇ ନଥିଲେ। ଆଜି ସକାଳେ ରେଳଧରଣା ଟ୍ରାକ ଉପରେ ଖଣ୍ଡ ବିଖଣ୍ଡିତ ଶବ ପଡ଼ିଥିବା ଜିଆରପି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନିତ୍ୟାନନ୍ଦ ପାରିବାରିକ କଳହରୁ ଗତକାଲି ରାତିରେ ଅଜଣା ଟ୍ରେନ ଆଗରେ ଡେଇଁ ପଡି ଆତ୍ମହତ୍ୟା କରିଥିବା ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣି ପାରିଛି। ଯୁବକର ସ୍ତ୍ରୀ ସହ ଛୋଟ ଝିଅ ଥିବା ସୂଚନା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories