www.samajalive.in
Sunday, December 14, 2025
19.1 C
Bhubaneswar

ୟୁଟୁବ୍ ଭିଡ଼ିଓକୁ କେନ୍ଦ୍ରକରି ଫୁଟିଲା ଗୁଳି, ୟୁଟୁବର ସମେତ ୬ ଅଭିଯୁକ୍ତ ଗିରଫ

ବାଲେଶ୍ବର: ଅଶ୍ଳୀଳ ଭାଷା ବ୍ୟବହାର କରି ୟୁଟ୍ୟୁବରେ ଭିଡ଼ିଓ ପୋଷ୍ଟିଂ କରୁଥିଲା। ଆଉ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲା। ଏକ ପୋଷ୍ଟିଂ ଭିଡ଼ିଓରେ ଜଣେ ଫଲୋଅରଙ୍କ କମେଣ୍ଟକୁ କେନ୍ଦ୍ର କରି ୟୁଟୁବର ଗୁଳି ଚଳାଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ୬ଜଣ ଅଭିଯୁକ୍ତକୁ ଗିରଫ କରିଛି।
ଆଜି ବାଲେଶ୍ବର ଜିଲା ଶିଳ୍ପାଞ୍ଚଳ ଥାନା ପୁଲିସ୍ ୟୁଟୁବର ‘ଅନଟାଲେଣ୍ଟଡ୍ ଗଏ’ ୟୁଟୁବ୍ ସାଇଟର ମୁଖ୍ୟ ତଥା ମୁଖ୍ୟ ଅଭିଯୁକ୍ତ ଉଦିତ ନାୟକ ଓ ତା’ର ୫ ଜଣ ସହଯୋଗୀଙ୍କୁ ଗିରଫ କରିଛି। ‘ଅନଟାଲେଣ୍ଟଡ୍ ଗଏ’ ୟୁଟୁବ୍ ସାଇଟର ଜଣେ ଫଲୋଅରଙ୍କ କମେଣ୍ଟକୁ ନେଇ ବିବାଦ ଆରମ୍ଭ ପରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଆଉ ଉଦିତ ନିଜ ସହଯୋଗୀଙ୍କୁ ନେଇ ଦୁଇ ଯୁବକଙ୍କ ଉପରକୁ ଗୁଳି ଫୁଟାଇଥିଲା।

ଗତ ୨୪ ତାରିଖ ସନ୍ଧ୍ୟା ରେ ବୁଧବାର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଗୋଲେଇ ନିକଟରେ ଏଭଳି ଗୁଳିକାଣ୍ଡ ଘଟିଥିଲା। ୟୁଟୁବର ଉଦିତ ନାୟକ ଗୋଷ୍ଠୀର ଆକ୍ରମଣ ଦ୍ୱାରା ୨ ଯୁବକ ମନ୍ଦାରପୁରର ପିଙ୍କୁ ଦାସ ଓ ନିଆବାଗର ଅମିତ୍ କୁମାର ଦାସ ଗୁରୁତର ଆହତ ହୋଇଥିଲେ। ତେବେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ଠାରୁ ୭ଟି ଦାମୀ ମୋବାଇଲ, ଗୋଟିଏ ଖୋକା ସହ ମାଉଜର ଓ ଦୁଇଟି ବାଇକ୍ ପୁଲିସ ଜବତ କରିଛି। ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ ବାଲେଶ୍ବର ଏସପି। ଅଭିଯୁକ୍ତ ଉଦିତ ନାୟକ ‘ଅନଟାଲେଣ୍ଟଡ୍ ଗଏ’ ନାମକ ୟୁଟୁବ ସାଇଟରେ ଅଶ୍ଳିଳ ଭାଷାରେ ପୋଷ୍ଟିଂ ଭିଡିଓ ପ୍ରସ୍ତୁତ କରି ବିପୁଳ ଅର୍ଥ ଉପାର୍ଜନ କରୁଥିଲା । ସେ ପୂର୍ବରୁ ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ରହିଥିବା ପୁଲିସ କହିଛି। ସେହିପରି ଉଦିତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ସହ ‘ଅନଟାଲେଣ୍ଟଡ୍ ଗଏ’ ୟୁଟୁବ ସାଇଟକୁ ବନ୍ଦ କରିବାକୁ ପୁଲିସ୍ ୟୁଟୁ କୁ ଚିଠି କରିଛି। ଏହି ଘଟଣାରେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବାଲେଶ୍ବର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories