www.samajalive.in
Monday, December 8, 2025
24.1 C
Bhubaneswar

ଜେସିବି ମେସିନ୍‌ ପୋଡ଼ିଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ନାରାୟଣପାଟଣା: କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତ ଭିତରପଡ଼ା ନିକଟରେ ରାସ୍ତା କାର୍ଯ୍ୟରେ ନିୟୋଜିତ ଏକ କମ୍ପାନୀର ଜେସିବି ମେସିନ୍‌କୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ କାମ ପାଇଁ ବ୍ୟବହୃତ ଆଉ କେତୋଟି ମେସିନ୍‌କୁ ମଧ୍ୟ ଭାଙ୍ଗି ନଷ୍ଟ କରିଛନ୍ତି।

ଭିତରପଡ଼ା ନିକଟ କର୍ଣ୍ଣକୋଣ୍ଡା ପାହାଡ଼ରେ ବକ୍ସାଇଟ ଖଣିର ମାନ ଓ ପରିମାଣ ପରୀକ୍ଷା ପାଇଁ ରାସ୍ତା ନିର୍ମାଣ କରାଯାଉଛି। ସେହି ରାସ୍ତାରେ କମ୍ପାନୀର ଜେସିବି ମେସିନ ନିୟୋଜିତ ହୋଇଥିଲା। ଉକ୍ତ ପାହାଡ଼ର ୯ ହେକ୍ଟର ପରିମାଣ ଜମିରେ ଥିବା ବକ୍ସାଇଟ ପାଇଁ ମରିଚମାଳ ଗଁାରେ ଓଡ଼ିଶା ମିନେରାଲ ଏକ୍ସପ୍ଲରେସନ ଲିମିଟେଡ ଦ୍ୱାରା ପରୀକ୍ଷଣ ପାଇଁ ଗତ ଫେବୃଆରୀରେ ପ୍ରଶାସନ ପକ୍ଷରୁ ଏକ ଜନଶୁଣାଣି ହୋଇଥିଲା।

- Advertisement -

ସେତେବେଳେ ଏହାକୁ ଅଞ୍ଚଳବାସୀ ବିରୋଧ କରିଥିଲେ। ପୁଣି ସହମତି ପ୍ରକାଶ ପାଇବା ପରେ ପରୀକ୍ଷଣ ମେସିନଗୁଡ଼ିକ ଉକ୍ତ ପାହାଡ଼ ଉପରକୁ ନେବା ପାଇଁ ଗତ ୩ ମାସ ହେବ ରାସ୍ତା ନିର୍ମାଣ କାମ ଆରମ୍ଭ କରାଯାଉଛି। ୫୦ ପ୍ରତିଶତ କାମ ହୋଇଛି। ଶନିବାର ସନ୍ଧ୍ୟା ୭ଟା ସମୟରେ ରାସ୍ତାରେ ନିୟୋଜିତ ଜେସିବି ମେସିନକୁ ଦୁର୍ବୃତ୍ତମାନେ ନିଅଁା ଲଗାଇ ଜାଳି ଦେଇଛନ୍ତି।

ଗୋଟିଏ ଜେସିବି ମେସିନ ପ୍ରାୟ ପୋଡ଼ି ହୋଇଯାଇଛି। ସନ୍ଧ୍ୟା ୬ଟାରେ କାମ ସାରି ପାହାଡ଼ ତଳକୁ ଓହ୍ଲାଇବା ପରେ ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି ବୋଲି ଜେସିବି ଚାଳକ ରତ୍ନ ଗୌଡ଼ କହିଛନ୍ତି। ଏନେଇ ଥାନାରେ ଏତଲା ଦିଆଯିବ ବୋଲି ଉକ୍ତ କମ୍ପାନୀର କର୍ତ୍ତୃପକ୍ଷ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories