www.samajalive.in
Wednesday, December 10, 2025
26.1 C
Bhubaneswar

ବସ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୋହନା: ଗଜପତି ଜିଲା ମୋହନା ନିକଟସ୍ଥ ରାଇସିଂ ଘାଟିରେ ବସ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଜୋରଦାର ହୋଇଛି ଯେ ଉଭୟ ଗାଡିର ଚକା ଫାଟିଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଅଳ୍ପକେ ସମସ୍ତ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ବିକ୍ରାନ୍ତ ନାମକ ଏକ ଘରୋଇ ବସ୍ ଦାରିଙ୍ଗବାଡିରୁ ବ୍ରହ୍ମପୁର ଯାଉଥିବାବେଳେ ମୋହନାରୁ ବିରିକୋଟ ଅଭିମୁଖେ ଆସୁଥିବା ଏକ ବୋଲେରୋ ସହ ରାଇସିଂ ଘାଟି ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାରେ ବସର ପଛ ଚକ ଏବଂ ବୋଲେରୋର ସମ୍ମୁଖଭାଗ ଚକ ଫାଟିଯାଇଛି। ବୋଲେରୋରେ ୪ଜଣ ଯାତ୍ରୀ ଥିବାବେଳେ କେହି ମଧ୍ୟ ଆହତ ହୋଇନାହାନ୍ତି। ସେହିପରି ବସରେ ଥିବା ଯାତ୍ରୀମାନେ ବି ସମସ୍ତେ ସୁରକ୍ଷିତ ଅଛନ୍ତି। ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories