www.samajalive.in
Monday, December 15, 2025
26.1 C
Bhubaneswar

ନାଗସାପ କାମୁଡ଼ାରେ ବାଳକ ମୃତ

କଲମପୁର: କଲମପୁର ବ୍ଲକର ବଲାଗାଁରେ ରବିବାର ଘଟିଛି ଏକ ଦୁଃଖଦ ଘଟଣା। ନାଗସାପ କାମୁଡ଼ାରେ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ଜଣେ ୧୧ ବର୍ଷିୟ ବାଳକ ଧାନ ଅମଳ ହୋଇ ସାରିଥିବା ଏକ ଜମିରେ କିଛି ଧାନ ସଂଗ୍ରହ କରୁଥିବାବେଳେ ଏକ ନାଗ ସାପ ତାଙ୍କୁ କାମୁଡି ଦେଇଥିଲା। ଯାହା ଫଳରେ ବାଳକ ଜଣକ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକ ଗୁରୁତର ବାଳକଙ୍କୁ ଉଦ୍ଧାର କରି ଅପରାହ୍ନ ୩ଟା ବେଳେ ଚିକିତ୍ସା ପାଇଁ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରିଥିଲେ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବଲାଗାଁର ଗରିବ ନାଏକଙ୍କ ୧୧ ବର୍ଷିୟ ପୁଅ ହିମାଂଶୁ ଗାଁର ଧାନ ଅମଳ ସରିଥିବା ଜମିରେ କିଛି ଧାନ ସଂଗ୍ରହ କରୁଥିଲେ। ଏହି ସମୟରେ ମୂଷାଗାତ ନିକଟରେ ପଡ଼ିଥିବା ଧାନକୁ କାଢୁଥିବା ବେଳେ ସେଠାରେ ଥିବା ନାଗ ସାପ ହିମାଂଶୁଙ୍କୁ ଚୋଟ ପରେ ଚୋଟ ମାରିଥିଲା। ଫଳରେ ବାଳକ ଜଣକ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ବାଳକଙ୍କ ମୃତ୍ୟୁ ଘଟିଛି। ଏନେଇ କଲମପୁର ପୁଲିସକୁ ସୂଚନା ଦିଆଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସବଇନ୍ସପେକ୍ଟର ଡୋଳାମଣି ବିଶି ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories