www.samajalive.in
Sunday, December 14, 2025
26.1 C
Bhubaneswar

ଚୌଦ୍ୱାର ମଣ୍ଡଳ ବିଜେପି କାର୍ଯ୍ୟକାରିଣୀ ବୈଠକ

ଚୌଦ୍ୱାର: ଚୌଦ୍ୱାର ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ତିନିକୋଣିଆ ଯାତ୍ରା ପଡ଼ିଆ ସ୍ଥିତ ରାଜଦୋଳ ସମିତି ଗୃହରେ ମଣ୍ଡଳ ସଭାପତି କୈଳାଶ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି ଯୋଗଦେଇ କେନ୍ଦ୍ର ସରକାରଙ୍କ ହେବାକୁଥିବା ‘ମହାସମ୍ପକ’ର୍ ଅଭିଯାନ ଓ ‘ଘରକୁ ଘର ଚାଲ ଅଭିଯାନ’ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପୁର୍ବତନ ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁ, ପ୍ରଭାରୀ ଚିତ୍ତ ମିଶ୍ର, ଉପସଭାପତି ପ୍ରଶାନ୍ତ କୁମାର ହୋତା, ଜିଲ୍ଲା ସଂପାଦକ ବୈରାଗୀ ଚରଣ ପ୍ରଧାନ, ପ୍ରକାଶ ଚନ୍ଦ୍ର ବଡଜେନା, କାଉନସିଲର ଇଂ, ସୁଜାତା ସାହୁ, ସୌମେନ୍ଦ୍ର ପଲାଇ ପ୍ରମୁଖ ଦଳକୁ ତୃଣମୁଳ ସ୍ତରରେ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ସନ୍ତୋଷ କୁମାର ସାହୁ, ସଂଜୀତ୍‌‌ ମହାନ୍ତି, ହଂସଚରଣ ସାହୁ, ମମତା ବେହେରା, ତନ୍ମୟ କୁମାର ସାହୁ, ଭଗବାନ ବେହେରା, ରତିକାନ୍ତ ପାକଳ, ଦେବେନ୍ଦ୍ର ଦାସ, ସୁଷମା ବଡଜେନା, ଦୀପକ ବେହେରା, ରଂଜୁକ୍ତା ଦାସ, ପ୍ରଦୀପ ଦାସ, ଅକ୍ଷୟ ପରିଡ଼ା, ଅଞ୍ଜନା ସାହୁ, ଅନୀଲ ଦଳାଇ, ଦୁଶାସନ ମୁଦୁଲିଙ୍କ ସମେତ ବହୁ ଦଳୀୟକର୍ମୀ ବୈଠକରେ ଅଂଶଗ୍ରହଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories