www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶା ବିଧାନସଭା ପାଠାଗାର କମିଟି ପକ୍ଷରୁ କନ୍ଧମାଳ ଜିଲ୍ଲା ଅଧ୍ୟୟନ ଭ୍ରମଣ

ଫୁଲବାଣୀ: ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ପାଠାଗାର କମିଟି ପକ୍ଷରୁ କନ୍ଧମାଳ ଜିଲ୍ଲା ଅଧ୍ୟୟନ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩୦ ଜଣ ସଦସ୍ୟ ସଦସ୍ୟା ବିଶିଷ୍ଟ ବିଧାନସଭା ପାଠାଗାର କମିଟି ଦାରିଙ୍ଗିବାଡ଼ି ଓ ତା’ର ପାଖାପାଖି କିଛି ପର୍ଯ୍ୟଟନ ଆକର୍ଷଣୀୟ ସ୍ଥାନ ପରିଭ୍ରମଣ କରି ଅପରାହ୍ନରେ ଫୁଲବାଣୀ ସ୍ଥିତ ମେଡିକାଲ କଲେଜ ପରିଭ୍ରମଣ କରିଥିଲେ। ସେଠାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ଆସି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ୱାରା ଗଠିତ ଓ ପରିଚାଳିତ ଜିଲ୍ଲା ଇ-ପାଠାଗାର ବୁଲି ଦେଖିଥିଲେ।

ସେଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ପରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଫୁଲବାଣୀ ଠାରେ ଖୋଲାଯାଇଥିବା ସୂଚନା କେନ୍ଦ୍ର ଓ ପଠାଗାର ଦେଖିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଖୋଲାଯାଇଥିବା ସୂଚନା କେନ୍ଦ୍ର ଓ ପଠାଗାର ଗୁଡ଼ିକୁ ସଂସ୍କୃତି ବିଭାଗକୁ ହସ୍ତାନ୍ତର କରାଯିବା ପାଇଁ ପ୍ରକ୍ରିୟା ଚାଲିଛି।

- Advertisement -

ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ବିଧାନସଭା ପାଠାଗାର କମିଟି ମାଧ୍ୟମରେ ଏହି ପାଠାଗାର ଗୁଡ଼ିକର ଅବସ୍ଥା, ପାଠାଗାରର ପାଠକ ପାଠିକା ସଂଖ୍ୟା, ବହି ସଂଖ୍ୟା, କର୍ମଚାରୀ ଏବଂ ଭିତ୍ତିଭୂମି ସର୍ବୋପରି ଏହା ଚାଲୁ ରହି ଛି ନା ସମ୍ପୂର୍ଣ୍ଣ ବନ୍ଦ ରହିଛି ତାହା ଅନୁଧ୍ୟାନ କରିଥିଲେ। କର୍ମଚାରୀ ଅଭାବରୁ ଫୁଲବାଣୀ ଓ ଘୁ.ଉଦୟଗିରିରେ ଥିବା ସୂଚନା କେନ୍ଦ୍ର ଓ ପାଠାଗାର ସମ୍ପୂର୍ଣ୍ଣ ବନ୍ଦ ଅଛି ବୋଲି ଜଣାପଡ଼ିଛି। ସେହିପରି ବିଭିନ୍ନ ସରକାରୀ ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରୂପାନ୍ତରୀକରଣ ଉଚ୍ଚବିଦ୍ୟାଳୟର ଅଧ୍ୟକ୍ଷା/ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ସହିତ ସେମାନଙ୍କ ଅନୁଷ୍ଠାନରେ ରହିଥିବା ପାଠାଗାର ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ମୁଖ୍ୟମାନେ ସେମାନଙ୍କ ପାଠାଗାରର ବହି ସଂଖ୍ୟା, ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଇ-ପାଠାଗାର ବ୍ୟବସ୍ଥା, କମ୍ପ୍ୟୁଟର ସଂଖ୍ୟା, ଆବଶ୍ୟକ ଉପକରରଣ ତଥା ଆବଶ୍ୟକ ଫଣ୍ଡ ଉପରେ ସୂଚନା ଦେଇଥିଲେ। କମିଟିର ସଦସ୍ୟମାନେ ଏହି ପାଠାଗାର ଉପରେ ସରକାରଙ୍କର ଆଭିମୁଖ୍ୟ କ’ଣ ରହିଛି ସେ ବିଷୟରେ ଆଲୋଚନା କରିଥିଲେ। ଓଡ଼ିଶା ବିଧାନସଭା ପାଠାଗାର କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ କହିଲେ, ଆମେ ଏହି ସବୁ ସମସ୍ୟା ଭିତରେବି ପାଠକ ପାଠିକା ସଂଖ୍ୟା ବୃଦ୍ଧିକରିବା ଆବଶ୍ୟକ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନକୁ ଅଧିକଗୁରୁତ୍ୱ ଦେଉଛନ୍ତି। ତାଙ୍କର ପ୍ରଚେଷ୍ଠା ଫଳରେ ଶିକ୍ଷିତ ହାର ସର୍ବଭାରତୀୟ ସ୍ତରରେ ପୂର୍ବାପେକ୍ଷା ବୃଦ୍ଧି ପାଇଛି। ତାଙ୍କ ସମୟରେ ମଧ୍ୟ ବିଶ୍ୱ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସବୁ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କରାଯିବ। ପରେ ପରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକୁ ରୂପାନ୍ତରୀକରଣ କରାଯିବ ବୋଲି ଶ୍ରୀ ସାମଲ କହିଥିଲେ। ତେବେ କମିଟି ଯାହା ସବୁ ସମସ୍ୟା ଦେଖିଲେ ବା ଅବଗତ ହେଲେ ସେଗୁଡ଼ିକର ସମାଧାନ ପାଇଁ ଜିଲ୍ଲପାଳ, ଏବଂ ସଚିବଙ୍କ ସହ ଆଲୋଚନା କରିବେ। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌‌ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ସବର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories