www.samajalive.in
Sunday, December 14, 2025
15.1 C
Bhubaneswar

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ‘ମକ୍ ଇଣ୍ଟରଭ୍ୟୁ ସେଲ’,ୟୁପିଏସସି ଆଶାୟୀଙ୍କୁ କରୁଛି ସାହାଯ୍ୟ

ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏହାର ଇତିହାସରେ ପ୍ରଥମ ଥର ପାଇଁ ଏକ ‘ମକ୍ ଇଣ୍ଟରଭ୍ୟୁ ସେଲ୍’ ସ୍ଥାପନ କରିଛି। ଏହି ସେଲ୍ ଲୋକସେବା(ସିଭିଲ୍ ସର୍ଭିସ୍) ଆଶାୟୀମାନଙ୍କୁ ସାକ୍ଷାତକାର ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରୁଛି। ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମାଙ୍କ ତତ୍ୱାବାଧାନରେ ଏହି ସେଲ୍ ପ୍ରତିଷ୍ଠା କରାଯାଇଛି ଏବଂ ଏହା ୦୯.୦୧.୨୦୨୩ ରୁ କାର୍ୟ୍ୟକରୁଛି। ଗତ କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷା-୨୦୨୨ରେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତକାର ପାଇଁ ପ୍ରସ୍ତୁତି କରୁଥିବା ୩ ଜଣ ମହିଳାଙ୍କ ସମେତ ୯ ଜଣ ପ୍ରାର୍ଥୀ ଗୋପବନ୍ଧୁ ଏକାଡେମୀରେ ‘ମକ୍ ଇଣ୍ଟରଭ୍ୟୁର’ ବିଭିନ୍ନ ଅଧିବେଶନ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ଇତ୍ୟାଦିରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଅଧିକାରୀ (ଅବସରପ୍ରାପ୍ତ ଓ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ଅଧିକାରୀ)ଙ୍କ ସମେତ ବିଶେଷଜ୍ଞ ଓ ଅଭିଜ୍ଞ ବିଷୟ ବିଶେଷଜ୍ଞମାନେ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।

ଚଳିତ ୨୩.୦୫.୨୦୨୩ରେ ୟୁପିଏସସିର ନିକଟରେ ଘୋଷିତ ଫଳାଫଳ ଅନୁଯାୟୀ ସିଭିଲ ସର୍ଭିସରେ ନିଯୁକ୍ତି ପାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ମକ୍ ଇଣ୍ଟରଭ୍ୟୁରେ ଅଂଶଗ୍ରହଣ କରିଥିବା ୯ ଜଣ ୟୁପିଏସସି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ଜଣ ସଫଳତାର ସହ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଦୁର୍ଗା ପ୍ରସାଦ ଅଧିକାରୀ –୧୬୨ ତମ ସ୍ଥାନ , ସତ୍ୟ ପ୍ରକାଶ ମିଶ୍ର–୨୬୧ ତମ ସ୍ଥାନ, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ – ୨୪୮ତମ ସ୍ଥାନ ଏବଂ ଶୁଭସ୍ନିଗ୍ଧା ସେଠୀ – ୬୮୦ ତମ ସ୍ଥାନ।

- Advertisement -

ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା ଓ ଅଖିଳ ବିହାରୀ ଓତା, ଭାରତୀୟ ପ୍ରଶାସନିକ ଅଧିକାରୀ ଶାଶ୍ୱତ ମିଶ୍ର , ନିଖିଲ ପବନ କଲ୍ୟାଣ, ପ୍ରଥମେଶ ଅରବିନ୍ଦ ରାଜେଶିର୍କେ (୨୦୨୧ ବ୍ୟାଚ୍), ପ୍ରଫେସର କେଭିଡି ପ୍ରକାଶଙ୍କ ଭଳି ବିଷୟ ବିଶେଷଜ୍ଞମାନେ ହାଇବ୍ରିଡ୍ ମୋଡରେ ଏହି ସବୁ ମକ୍ ଇଣ୍ଟରଭ୍ୟୁ ଅଧିବେଶନ ଗୁଡିକରେ ଯୋଗ ଦେଇଥିଲେ।

ବିଭିନ୍ନ ବିଶିଷ୍ଟ ପ୍ରଶାସନିକ ଅଧିକାରୀ ଓ ଶିକ୍ଷାବିତଙ୍କ ଅଧ୍ୟକ୍ଷତାରେ ଏଭଳି ୪ଟି ମକ୍ ଇଣ୍ଟରଭ୍ୟୁ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ଓଡ଼ିଶାର ସାମ୍ପ୍ରତିକ ଘଟଣା, ଇତିହାସ ଓ ସଂସ୍କୃତି ଉପରେ ମଧ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ଏକାଧିକ ଅଧିବେଶନର ଆୟୋଜନ କରାଯାଇଥିଲା।

ଆଶାୟୀମାନେ କେବଳ ସେମାନଙ୍କ ସନ୍ଦେହ ଦୂର କରିନାହାନ୍ତି, ବରଂ ଏଭଳି ସାକ୍ଷାତକାରରେ କିପରି ଅଂଶଗ୍ରହଣ କରିବେ ଓ ସମ୍ଭାବ୍ୟ ପ୍ରଶ୍ନଗୁଡ଼ିକର କିପରି ଉତ୍ତର ଦେବେ ସେ ବିଷୟରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ସୂତ୍ର ପ୍ରଦାନ କରିଥିଲେ। ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଏହି ଅଭିନବ ଓ ଉପଯୋଗୀ ପଦକ୍ଷେପରୁ ଉପକୃତ ହୋଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି।

ଯୁଗ୍ମ ନିର୍ଦେଶିକା ଡ. ମମତାରାଣୀ ନାୟକ ‘ମକ୍ ଇଣ୍ଟରଭ୍ୟୁ ସେଲ’ର ନେତୃତ୍ୱ ନେଉଥିଲେ । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ତଥା କୋର୍ସ ଡାଇରେକ୍ଟର ଡଃ. ହିମାଂଶୁ ଭୂଷଣ ପଣ୍ଡା ଏଥିରେ ଆନୁଷଙ୍ଗିକ ସହଯୋଗ କରିଆସୁଛନ୍ତି। ଓଡ଼ିଆ ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିତ୍ୱ ପରୀକ୍ଷା ଓ ସାକ୍ଷାତକାର ପାଇଁ ପ୍ରସ୍ତୁତ କରାଯିବା ପରିପ୍ରେକ୍ଷୀରେ ଆଗାମୀ ଦିନରେ ଏହି ‘ମକ୍ ଇଣ୍ଟରଭ୍ୟୁ ସେଲ୍’ ନିୟମିତ ଭାବେ ଜାରି ରହିବ ବୋଲି ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories