ନ୍ୟୁୟର୍କ – ଜଣେ ବ୍ୟକ୍ତି ଆମେରିକାରେ ୩୩ ବର୍ଷ ସଜ୍ଜା କାଟିବା ପରେ ଏବେ ନିର୍ଦୋଷରେ ଖଲାସ ହୋଇଛନ୍ତି । ସେ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ୍ରେ ଥିଲେ । ମାତ୍ର ଏହି ଘଟଣା ବେଳେ ସେ ଉପସ୍ଥିତ ନଥିବା ଏବେ ପ୍ରମାଣିତ ହୋଇଛି ।
ଡାନିଏଲ୍ ସାଲଡୋନା ନାମକ ବ୍ୟକ୍ତିଙ୍କୁ ୧୯୯୦ ମସିହାରେ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରାଯାଇଥିଲା । ସ୍କୁଲ୍ ପିଲା ଆସୁଥିବା ଏକ ଭ୍ୟାନ ଉପରକୁ ସେ ଗୁଳି ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲ । ଏଥିରେ ଦୁଇ ଜଣ ଛାତ୍ର ଆହତ ହୋଇଥିଲେ । ପୁଲିସ ଗୁଳି ଚଳାଇବା ଘଟଣାରେ ଗିରଫ କରିଥିଲା । ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିଲେ ।
ମାତ୍ର ୩୩ ବର୍ଷପରେ ସେ ଦୋଷମୁକ୍ତ ହୋଇଛନ୍ତି । ଜେଲ୍ରୁ ବାହାରିବା ପରେ ଡାନିଏଲ୍ ସବୁ ଦିନ ତାଙ୍କ ପାଇଁ ବେଶ୍ କଷ୍ଟ ଦାୟକ ଥିବା କଥା କହିଛନ୍ତି । ପ୍ରତିଦିନ ଉଠିବ ସମୟରେ ସେ ନିର୍ଦୋଷ ଥିବା କଥା ଏବଂ ବିନା ଦୋଷରେ ସଜା କାଟିବା କଥା ଭାବୁ ଥିଲେ। ସେହି ସମୟରେ ଡାନିଏଲ୍ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଏହା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା । ୨୨ ବର୍ଷ ବୟସରେ ଡାନିଏଲ୍ ବିନା ଦୋଷରେ ଗିରଫ ହୋଇଥିଲେ । ତାଙ୍କୁ ୪୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା ।
ଏହି ଘଟଣାରେ ସଜା ପାଉଥିବା ଆଉଜଣେ ଅପରାଧୀ ଡାନିଏଲ୍ ସେହି ଘଟଣାରେ ସାମିଲ ନଥିବା ଏବଂ ସେହି ଦିନ ସେଠାରେ ନଥିବା କଥା ୨୦୧୭ ମସିହାରେ ଅଦାଲତଙ୍କୁ ଜଣାଇଥିଲେ । ଏହାପରେ ପୁଣି ଥିରେ ତଦନ୍ତ ଆରମ୍ଭ ହୋଇଥିଲା । ୬ ବର୍ଷପରେ କୋର୍ଟତାଙ୍କୁ ନିର୍ଦୋଷ ଘୋଷଣା କରିଛି ।



