www.samajalive.in
Sunday, December 7, 2025
16.1 C
Bhubaneswar

୨ୟ ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବର ଜଳନ୍ଧର ଦରବାର ଉଦଘାଟିତ

ଦେଓଗାଁ: ଦେଓଗାଁ ବ୍ଳକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ପୁରୁଣାପାଣି ନିକଟରେ ଥିବା‌ ସୁଲିଆ ପାହାଡ଼ର ପାଦ ଦେଶରେ ୧୯ତମ ଶିବ ବିବାହ ଉପଲକ୍ଷେ ୪ଦିନ ଧରି ହେବାକୁ ଥିବା ଦ୍ବିତୀୟ ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ ସୋମବାର ରାତିରେ ଉଦଘାଟିତ ହୋଇଯାଇଛି। ୮ଟି ଗାଁ ଲୋକଙ୍କୁ ନେଇ ଅପରାହ୍ନ ୬ଟା ସମୟରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ରାତିରେ ମଞ୍ଚ ପୂଜା କରି ମହୋତ୍ସବ ଉଦଘାଟିତ ହୋଇ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଜିଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ବାଲ, ଫରେଷ୍ଟର ଜେନା ରାଉତ ଯୋଗ ଦେଇଥିଲେ। ନିମନ୍ତ୍ରିତ ରାଜ ଅତିଥିମାନେ ଦେଓଗାଁ ବ୍ଳକରେ ଅନେକ କୀର୍ତ୍ତି ରାଜି ରହିଛି, ଏହାର ଗବେଷଣା କରି ବିକାଶ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଥିଲେ।

ସାଂସ୍କୃତିକ ସଭା ପରେ ଜଳନ୍ଧର ଦରବାର ସହ ଜିଲା ଓ ଜିଲା ବାହାରୁ ଆସିଥିବା ସାଂସ୍କୃତିକ ଦଳ ପକ୍ଷରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଦରବାରର ପ୍ରଥମ ରଜନୀରେ ସ୍ବର୍ଗପୁରରେ ଇନ୍ଦ୍ରରାଜ ଦରବାର, ଇନ୍ଦ୍ର କପିଳାଶପୁର ଆକ୍ରମଣ, ଶୀବଙ୍କ କ୍ରୋଧାଗ୍ନୀରୁ ଜଳନ୍ଧରଙ୍କ ଜନ୍ମ ଓ ସିନ୍ଧୁପ୍ରଦେଶରେ ଜଳନ୍ଧର ରାଜ୍ୟାଭିଶେକ ଅଭିନୀତ ହୋଇଛି। ସେହିପରି ମଙ୍ଗଳବାର ରଜନୀରେ ଜଳନ୍ଧର ଦରବାର ଅନୁ‌ଷ୍ଠିତ ହେବ। ଜଳନ୍ଧର ଭୂମିକାରେ ବରିଷ୍ଠ କଳାକାର ଅନୀଳ ନାଏକ ଅଭିନୟ କରିଥିବା ବେଳେ ଇନ୍ଦ୍ର-ପଞ୍ଚାନନ ବେହରୋ, ଗୁରୁ ଶୁକ୍ରାଚାର୍ଯ୍ୟ- ଦଶରଥ ସାହୁ, ଶୀବ- ଶୀବ ଭୋଇ, ବରୁଣ ଦେବ- ଶୀବ ପଟେଲ, ସେନାପତି- ଘନଶ୍ବାମ ଦାଶ, ପାର୍ବତୀ- ସନୁ ବାଗ, ବୃନ୍ଦାବତୀ- ଦିବାକାର ଦାଶ, ବ୍ରହ୍ମଦେବ- ଅମୃତ ସାହୁ ଓ ନୃତ୍ୟରେ ଇସା ବାଗ, ମନିକା ନାଗ, ପୂଜା ହୋତା, ଡଗର ରଞ୍ଜନ ବଗର୍ତ୍ତି, ସାଗର ମଟାରୀ ପ୍ରମୁଖ ଅଭିନୟ କରିଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ କମିଟି ଦେଓଗାଁ ବ୍ଳକର ମକୁନ୍ଦପୁର, କୁଲତାପଡ଼ା ଅର୍ଜୁନପୁର, ଘୁଡ଼ଖାପଲା, ବଡ଼ବାହାଲ ଓ ଗୌଡ଼ଗୋଠ ସହ ପୁଇଁନ୍ତଳା ବ୍ଲକର ମହିମୁଣ୍ଡା ଏବଂ ଆଠଗାଁ ମୋଟ ୮ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ପ୍ରବଳ ଜନସମାଗମ ଦେଖାଯାଇଥିଲା। ମହୋତ୍ସବର ସଭାପତି ତଥା ପୂର୍ବ ସରପଞ୍ଚ ଚକ୍ରଧର ମଲ୍ଲିକ, ଉପସଭାପତି ପ୍ରଫୁଲ୍ଲ ଦାଶ ଓ ରଘୁ ଅରକ୍ଷିତ ବିଶ୍ବାଲ, ସଂପାଦକ ଭାବେ ମୟ ପ୍ରଧାନୀ, ସହ ସଂପାଦକ ଅନନ୍ତ ଚୌହାନ ଓ ଉମାକାନ୍ତ ଜାଲ ଏବଂ କୋଷାଧ୍ୟକ୍ଷ ଭାବେ ପରମେଶ୍ବର ନାଏକ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories