www.samajalive.in
Sunday, December 7, 2025
26.1 C
Bhubaneswar

ଅଣ ଆନୁଷ୍ଠାନିକ ଭାବେ ବାଂଶଡା ସେତୁ ଲୋକାର୍ପିତ

ଧାମରା: ଧାମରା ୮ ପଞ୍ଚାୟତକୁ ଭଦ୍ରକ ଜିଲ୍ଲା ସଦର ମହକୁମା ଏବଂ ଚାନ୍ଦବାଲି ତହସିଲକୁ ସିଧା ଳଖ ଭାବେ ସଂଯୋଗୀକରଣ ପାଇଁ ନିର୍ମିତ ହୋଇଥିବା ବାଂଶଡା ସେତୁ ଅଣ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ବାଂଶଡା ସେତୁର କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଥିବା ବେଳେ ଏହାକୁ ଲୋକାର୍ପଣ କରାଯାଇ ନଥିଲା। ଆଜି ନୁହେଁ କାଲି କହି ଅଂଚଳବାସୀଙ୍କୁ ଜିଲ୍ଲା ପ୍ରଶାସନ ଏହି ସେତୁ ଲୋକାର୍ପଣ ହେବ ବୋଲି କଥା ଦେଇ କଥା ରଖୁ ନଥିଲା। ଏହାର ପ୍ରତିବାଦ ସ୍ୱରୂପ ଚଳିତ ମାସ ୧୩ ତାରିଖ ଚାନ୍ଦବାଲି ବ୍ଲକ କଂଗ୍ରେସ ତରଫରୁ ଏହି ସେତୁକୁ ଯାତାୟତ ଉପଯୋଗୀ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଅନୁରୋଧ କରିଥିଲେ। ଏହି ସେତୁକୁ ଯାତାୟତ ଉପଯୋଗୀ କରା ନଗଲେ ଆସନ୍ତା ଜୁନ ପ୍ରଥମ ସପ୍ତାହରେ ବାଂଶଡାଠାରେ ରାସ୍ତା ରୋକ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା। ଏହି ସମସ୍ତ ଅଭିଯୋଗ ପାଇବା ପରେ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଗତ ୧୫ତାରିଖ ବାଂଶଡା ଆସି ସମସ୍ତ ଜନସାଧାରଣଙ୍କୁ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଏହି ଅସୁବିଧା ପାଇଁ ପ୍ରଶାସନ ସମସ୍ତ ସାହାଯ୍ୟ ସହଯୋଗ କରିବ ବୋଲି କହିବା ସହ ୨୨ତାରିଖ ଦିନ ଏହି ସେତୁ ମଧ୍ୟ ଦେଇ ସମସ୍ତ ଜନସାଧାରଣ ଯାତାୟତ କରିବା ସହ ବାଇକ, ଆମ୍ବୁଲାନ୍ସ ଯାତାୟତ କରିପାରିବ ବୋଲି ଆଶ୍ୱାସନା ଦେଇଥିଲେ। ଆଜି ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦେଶରେ ଚାନ୍ଦବାଲି ତହସିଲଦାର ଆସି ଏହି ସେତୁର ଦକ୍ଷିଣ ପାର୍ଶ୍ବରେ ଥିବା ବଡ ବଡ ସ୍ଲାବଗୁଡିକୁ ହଟାଇବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ। ଫଳରେ ସଂପୃକ୍ତ ଠିକାଦାର ୫.୫ ମିଟର ଓସାର ଥିବା ବାଂଶଡା ସେତୁର ମାତ୍ର ୨.୫ ମିଟର ରାସ୍ତା ଖୋଲିଥିଲେ। ଏହା ଫଳରେ ଏହି ସେତୁ ଦେଇ କୌଣସି ଭାରିଯାନ ମଧ୍ୟ ଯାତାୟତ କରିପାରିବ ନାହିଁ। ଅନ୍ୟ ପକ୍ଷରେ ଶାସକ ଦଳ ଏହି ବାଂଶଡା ସେତୁକୁ ଦେଖାଇ ୨୦୨୪ ହେବାକୁ ଥିବା ବିଧାନସଭା ନିର୍ବାଚନ ପାରି ହେବାକୁ ବସିଛି। ବାଂଶଡା ସେତୁର ଅଣ ଆନୁଷ୍ଠାନିକ ଲୋକାର୍ପଣକୁ ୮ ପଂଚାୟତର ଲୋକେ ସହଜରେ ଗ୍ରହଣ କରିବେ ଅଥବା ଏହା କେଉଁ ଦଳକୁ ମହଙ୍ଗା ସାବ୍ୟସ୍ତ ହେବ ତାହା ଆଗାମୀ ଦିନରେ ଜନତା ଜନାର୍ଦନ ବିଚାର କରିବେ ବୋଲି ଚର୍ଚା ଚାଲିଛି।

ଆଜିର ଏହି ସେତୁ ଯାତାୟତ ଉପଯୋଗୀ ହୋଇଥିବା ଅବସରରେ ବାଂଶଡା, ଧାମରା, ଜାଗୁଳା, କଇଥଖୋଲା, ଦୋସିଙ୍ଗା, କରଞ୍ଜମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରିର ବାସିନ୍ଦାଙ୍କର ବହୁ ଦିନର ସ୍ୱପ୍ନ ସାର୍ଥକ ହୋଇଛି ବୋଲି ଅଂଚଳବାସୀ ମତ ରଖିଥିବା ବେଳେ ବାଂଶଡା-ଦିଗଛିଆ ରାସ୍ତାକୁ ଶୀଘ୍ର ଶେଷ କରିବାକୁ ଅଂଚଳବାସୀ ନିଜର ଦାବୀ ଜଣାଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories