www.samajalive.in
Sunday, December 7, 2025
23.1 C
Bhubaneswar

ହାତୀ ଉପଦ୍ରବ ; ଆମ୍ବ ଗଛ ଭାଙ୍ଗିଲେ , ନଷ୍ଟ ହେଲା କ୍ବିଇଣ୍ଟାଲ ସଂଖ୍ୟକ ଆମ୍ବ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଥିବା ବେଳେ ବିଳମ୍ବିତ ରାତିରେ ଏକ ୧୨ ରୁ ଉର୍ଦ୍ଧ୍ବ ଜଙ୍ଗଲୀ ହାତୀପଲ ସିକେରକୁପା ବନ ବିଭାଗ ଅଧୀନରେ ଥିବା ଖିକ୍ସାଭଟା ଜଙ୍ଗଲରୁ ବାହାରି କଦମଗୁଡା ଗାଁର ସରୋଜ ପ୍ରଧାନଙ୍କ ଆମ୍ବ ବଗିଚାରେ ପଶି ୨୫ ରୁ ଉର୍ଦ୍ଧ୍ବ ଆମ୍ବ ଗଛର ଡାହି ଭାଙ୍ଗି ନଷ୍ଟ କରିଛନ୍ତି। ଯାହା ଫଳରେ ଗଛରେ ଥିବା କ୍ବିଇଣ୍ଟାଲ ସଂଖ୍ୟକ ଆମ୍ବ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା।

ସିକେରକୁପା ଫରେଷ୍ଟ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡ଼ିଛି। ଏନେଇ ସିକେରକୁପା ଫରେଷ୍ଟର ଭାଗିରଥି ନାଏକଙ୍କୁ ପଚାରିବାରୁ ଶନିବାର ରାତିରେ ନର୍ଲା ରେଞ୍ଜ ପଟୁ ଏକ ୧୨ ଟିକିଆ ହାତୀପଲ ଆସି ଆମ୍ବ ବଗିଚା ଭାଙ୍ଗିଥିବା ଖବର ପାଇଲି। ଏହାପରେ କର୍ମଚାରୀଙ୍କୁ ପଠାଇଥିଲି। ବର୍ତ୍ତମାନ ସେମାନେ ରିପୋର୍ଟ ଦେଇ ନାହାନ୍ତି। ସେମାନଙ୍କୁ ପଚାରି ବୁଝିଲେ କ୍ଷୟକ୍ଷତି ବାବଦରେ ଜଣା ପଡ଼ିବ ବୋଲି ପ୍ରକାଶ କରିଥିଲେ। ଏଣୁ ତୁରନ୍ତ ବନ ବିଭାଗ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories