www.samajalive.in
Saturday, December 6, 2025
26.1 C
Bhubaneswar

ପୋଲରେ ଧକ୍କା ହେଲା କାର, ଅଳ୍ପକେ ବର୍ତିଲେ

ହରଭଙ୍ଗା : ବୌଦ୍ଧ -ଧଳପୁର ଜଗନ୍ନାଥ ସଡ଼କର ପ୍ରଗଲପୁର ତସଲା ପଡିଆ ନିକଟରେ ରବିବାର ସକାଳୁ ସକାଳୁ ଏକ କାର ପୋଲ ବାଡାରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ ଥିବା ୪ଜଣ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଗାଡି ଛାଡି ସମସ୍ତେ ଫେରାର ହୋଇଥିବା ଜଣାପଡିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗାଡିଟି ବୌଦ୍ଧ ପଟୁ ଧଳପୁର ଆଡକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ଓ ଗାଡ଼ିରେ ଥିବା ୪ଜଣ  ଗାଡି ଭିତରୁ ବସ୍ତା ଗୁଡିକ ଧରି ମହାନଦୀ ଆଡକୁ ଚାଲିଯାଇଥିଲେ। ଅନ୍ୟ ଜଣେ ଏକ ପଲସର ଗାଡ଼ିରେ କାରର ଡ଼ିକିରୁ ଏକ ବସ୍ତା ଲୋଡ଼ କରି ବୌଦ୍ଧ ପଟକୁ ଚାଲିଯାଇଥିଲା । ଗାଡି ଭିତରେ ବର୍ତମାନ ବିଭିନ୍ନ ଗାଡିର ୪ ଗୋଟି ଚାବି ଥିବା ବେଳେ ଏହା ଏକ ଗଂଜେଇ ଚୋରା ଚାଲାଣ ଗାଡି ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ଧଳପୁର -ଆଠମଲ୍ଲିକ ମହାନଦୀ ସେତୁକୁ ଜଗନ୍ନାଥ ସଡ଼କ ସଂଯୋଗ କରୁଥିବାରୁ ଗଂଜେଇ ବେପାରୀଙ୍କ ପାଇଁ ଏହା ସୁରକ୍ଷା ପଥ ପାଲଟିଛି। ଦୁର୍ଘଟଣା ସ୍ଥଳରେ ବୌଦ୍ଧ ପୁଲିସ ପହଂଚି ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories