www.samajalive.in
Sunday, December 14, 2025
26.1 C
Bhubaneswar

ବିକ୍ରମ, ସୁଦାମ ଓ ସାରଦା ଶପଥ ନେବେ

ଭୁବନେଶ୍ୱର : ପ୍ରତୀକ୍ଷାର ଅନ୍ତ ଘଟିଛି । ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଏବଂ ସାରଦା ପ୍ରସାଦ ନାୟକ ଶପଥ ଗ୍ରହଣ କରିବେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ପୂର୍ବାହ୍ଣ ୯ଟା ୫୦ରେ ଲୋକସେବା ଭବନରେ ନବୀନଙ୍କ ପଞ୍ଚମ ପାଳିରେ ତୃତୀୟଥର ପାଇଁ ହେଉଥିବା ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ବାଚସ୍ପତି ପଦରେ କିଏ ଅଳଙ୍କୃତ ହେବେ ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।
ସରକାରଙ୍କ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୨୫ରେ ଅତିଥିମାନେ ଆସନ ଗ୍ରହଣ କରିବେ। ୯ଟା ୪୫ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥଗ୍ରହଣ ଉତ୍ସବର ପ୍ରକ୍ରିୟା ଆରମ୍ଭ କରିବେ। ୯ଟା ୫୦ରେ ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କ ଅନୁମତିକ୍ରମେ ଶପଥଗ୍ରହଣ ଉତ୍ସବକୁ ନୂଆ ମନ୍ତ୍ରୀଙ୍କୁ ଡାକିବେ ଏବଂ ରାଜ୍ୟପାଳ ଶପଥ କରାଇବେ।
ସୂଚନାଯୋଗ୍ୟ ଯେ, ଚଳିତ ମାସ ୨୯ରେ ବିଜେଡି ସରକାରର ୫ମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହେବ। ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସହ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ନବ ଦାସଙ୍କ ହତ୍ୟା ପରେ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଥିବାବେଳେ ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ତିନିଜଣ ମନ୍ତ୍ରୀ ହେବେ ବୋଲି ଆକଳନ କରାଯାଉଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ନୂତନ ମନ୍ତ୍ରିମଣ୍ଡଳକୁ ବାଚସ୍ପତିରୁ ମନ୍ତ୍ରୀ ଭାବେ ବିକ୍ରମ ପୁଣିଥରେ ଫେରିଥିବା ବେଳେ ୧୧ ମାସର ବ୍ୟବଧାନ ପରେ ସୁଦାମ ମାର୍ଣ୍ଡି ଫେରିଛନ୍ତି । ନବୀନଙ୍କ ପଞ୍ଚମ ପାଳିରେ ଶ୍ରୀ ନାୟକଙ୍କୁ ନବାଗତ ଭାବେ ସାମିଲ ହେବାର ଦେଖିବାକୁ ମିଳିବ। ତେବେ ବାଚସ୍ପତି ଆସନରେ କିଏ ବସିବ ତାକୁ ନେଇ ସସପେନ୍ସ ଲାଗି ରହିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories