www.samajalive.in
Thursday, December 11, 2025
15.1 C
Bhubaneswar

ରାଜା ରାମମୋହନ ରାୟ

ବ୍ରାହ୍ମସମାଜର ପ୍ରତିଷ୍ଠାତା ରାଜା ରାମମୋହନ ରାୟ ୧୭୭୨ ମେ ୨୨ରେ ବଙ୍ଗପ୍ରଦେଶର ରାଧାନଗରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ପାଠପଢ଼ାରେ ଆଗୁଆ ଥିବା ରାମମୋହନ ନିଜ ଆଗ୍ରହ ବଳରେ ମାତୃଭାଷା ସହିତ ସଂସ୍କୃତ, ପାର୍ସୀ, ଗ୍ରୀକ୍ ଓ ଇଂରାଜୀ ଭାଷାରେ ପାରଦର୍ଶିତା ଲାଭ କରିଥିଲେ। ବେଦ ଓ ବୈଦିକ ଅଧ୍ୟୟନ କରିବା ପରେ ​‌େ​‌ସ ହୃଦୟଙ୍ଗମ କଲେ ଯେ ଭାରତୀୟ ସାମାଜିକ ଜୀବନଶୈଳୀରେ କୁସଂସ୍କାର ଓ ଅନ୍ଧବିଶ୍ବାସକୁ କେଉଁକାଳରୁ ପ୍ରଶୟ ଦିଆଯାଇଆସୁଛି। ଭାରତୀୟ ବୈଦିକ ସଂସ୍କୃତିର ପୁନଃଉତ୍‌ଥାନ ପାଇଁ ସେ ସଂସ୍କୃତ ବେଦକୁ ନିଜ ମାତୃଭାଷାରେ ଅନୁବାଦ କରିଥିଲେ। ରାଜନୈତିକ,ସାମାଜିକ ଓ ଧର୍ମକ୍ଷେତ୍ରରେ ରାମମୋହନ ବହୁବିଧ ସଂସ୍କାର ଆଣିଛନ୍ତି। ଜଣେ ସମାଜ ସଂସ୍କାରକ ଭାବରେ ତାଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତରେ ମୂଲ୍ୟହୀନ ଓ ଅସାମାଜିକ ପରମ୍ପରାଗୁଡ଼ିକ ଉଚ୍ଛେଦ ବା ଅଗ୍ରାହ୍ୟ କରିବାକୁ ସେ ବିଟ୍ରିଶ ସରକାରଙ୍କର ସାହାଯ୍ୟ ନେଇଥିଲେ। ତାଙ୍କ ଚେଷ୍ଟାରେ ୧୮୨୯ରେ ସତୀଦାହ ପ୍ରଥା ଉଚ୍ଛେଦ ହେଲା। ଜାତିପ୍ରଥାକୁ ସେ ବିରୋଧ କରିବା ସହ ନାରୀ ସ୍ୱାଧୀନତା ଏବଂ ନାରୀଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ବାଲ୍ୟବିବାହ ଓ ବହୁବିବାହ ଆଦି ଘୃଣ୍ୟ ପ୍ରଥାକୁ ସେ ଉଚ୍ଛେଦ କରିଥିଲେ। ୧୮୩୩ ସେପ୍ଟେମ୍ବର ୨୭ରେ ତାଙ୍କର ଦେହାନ୍ତ ହୋଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories