www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ଆଇପିଏଲ: କଲକାତା-ଲକ୍ଷ୍ନୌ ଓ ଦିଲ୍ଲୀ-ଚେନ୍ନଇ ଲଢ଼େଇ

କଲକାତା: ଚଳିତ ଆଇପିଏଲର ଆଜି ଇଡେନଗାର୍ଡେନରେ କଲକାତା ନାଇଟ୍‌ ରାଇଡର୍ସ ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ମଧ୍ୟରେ ୬୮ତମ ମ୍ୟାଚ ଖେଳାଯିବ। ଉଭୟ ଦଳଙ୍କ ଏହା ଶେଷ ଲିଗ୍‌ ମ୍ୟାଚ। ଲକ୍ଷ୍ନୌ ଏକପ୍ରକାର ପ୍ଳେ ଅଫର ନିକଟତର ହୋଇ ସାରିଥିବାବେଳେ କଲକତାକୁ ଉକ୍ତ୍ ଆଶା ବଜାୟ ରଖିବାକୁ ହେଲେ ବଡ ବ୍ୟବଧାନରେ ଜିତିବାକୁ ପଡିବ।

ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ୧୩ଟି ମ୍ୟାଚରୁ ୭ଟି ବିଜୟ, ଗୋଟିଏ ବାତିଲ ଓ ୬ଟି ପରାଜୟ ସହ ୧୫ ପଏଣ୍ଟ ପାଇଛି। ଦଳ ଶେଷ ଦୁଇ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌ ଓ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରି ପ୍ଳେ ଅଫର ନିକଟତର ହୋଇଛି। ଶେଷ ଲିଗ୍‌ରେ କଲକାତାକୁ ପରାସ୍ତ କରି ପ୍ଳେ ଅଫରେ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି। ବ୍ୟାଟିଂରେ କ୍ବିଣ୍ଟନ ଡିକକ୍‌, ଅଧିନାୟକ କ୍ରୁନାଲ ପାଣ୍ଡ୍ୟା,ମାର୍କୋସ ଷ୍ଟୋଇନିସ ଓ ନିକୋଲାସ ପୁରନ ଭଲ ପ୍ରଦର୍ଶନ କରୁଛନ୍ତି। ମୁମ୍ବଇ ବିପକ୍ଷ ଶେଷ ମ୍ୟାଚରେ ଷ୍ଟୋଇନିସ ୮୯ରନ କରିଥିଲେ। ବୋଲିଂରେ ମୋହସିନ ଖାନ, ନବୀନ ଉଲ୍‌ ହକ,ୟଶ ଠାକୁର,ରବି ବିଷ୍ଣୋୟି ପ୍ରମୁଖ ରହିଛନ୍ତି। ମୁମ୍ବଇ ବିପକ୍ଷରେ ମୋହସିନ ଖାନ ​‌େ​‌ଶଷ ଓଭରରେ ଚମତ୍କାର ବୋଲିଂ କରି ଦଳକୁ ବିଜୟୀ କରାଇଥିଲେ। ଅନ୍ୟପକ୍ଷରେ କଲକାତା ନାଇଟ୍‌ ରାଇଡର୍ସ ୧୩ଟି ମ୍ୟାଚରୁ ୬ଟି ବିଜୟ ଓ ୭ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି। ଦଳ ପାଇଁ ପ୍ଲେ ଅଫ ଆଶା ସଙ୍କଟରେ ରହିଛି। ଶେଷ ମ୍ୟାଚକୁ ବଡ ବ୍ୟବଧାନରେ ଜିତିବାକୁ ଦଳ ଉଦ୍ୟମ କରିବ। ରିଙ୍କୁ ସିଂହ ଓ ନିତିଶ ରାଣାଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ନିୟମିତ ରନ କରିପାରୁନାହାନ୍ତି। ଜାସନ ରୟ, ରେହମୁଲ୍ଲା ଗୁର୍‌ବାଜ,ଭେଙ୍କଟେଶ ଆୟାର, ଆଣ୍ଡ୍ର୍ୟୁ ରସେଲ ରନ କରିବାକୁ ସଂଘର୍ଷ କରୁଛନ୍ତି। ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ ସୁୟାଶ ଶର୍ମାଙ୍କ ଉପରେ ବୋଲିଂ ଭାର ବିଶେଷ ଭାବେ ନିର୍ଭର କରୁଛି। ଦଳ ​‌େ​‌ଶଷ ମ୍ୟାଚରେ ଲକ୍ଷ୍ନୌକୁ ପରାସ୍ତ କରି ଓଲଟପାଲଟ ଲକ୍ଷ୍ୟ ରଖିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories