www.samajalive.in
Monday, December 8, 2025
24.1 C
Bhubaneswar

ମାଇକ୍ରୋ ଚଷମା

ବଡ଼ ବଡ଼ ଆକାରର ଚଷମା ପରେ ଏଥରକ ବଜାରରେ ଛୋଟ ଆକାର ମାଇକ୍ରୋ ଚଷମାର ବିକ୍ରି ବଢ଼ୁଛି। ଅଶୀ ଦଶକ ପୂର୍ବରୁ ଏଭଳି ଚଷମାର ଚାହିଦା ଥିଲା। ପୁଣିଥରେ ଏହି ଫେସନର ପୁନରାବୃତ୍ତି ହୋଇଛି।
ସାଧାରଣତଃ ମାଇକ୍ରୋ ଚଷମାରେ ଛୋଟ ଫ୍ରେମ୍‌ ଲାଗିଥାଏ। ଖାସ୍‌ କରି ଷଡ଼ଭୂଜ, କ୍ୟାଟ୍‌ ଆଇ, ଗୋଲ ଆକାରରେ ବାଇଗଣୀ, ନାଲି, ନୀଳ, ମାଟିଆ ତଥା କଳା ରଙ୍ଗର ଫ୍ରେମ୍‌ ଲାଗିଥିବା ଏହି ଚଷମା ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗେ।
– ଅଧିକାଂଶ ବଲିଉଡ ତାରକା କ୍ୟାଟ୍‌ ଆଇ ମାଇକ୍ରୋ ଚଷମା ପିନ୍ଧୁଛନ୍ତି। ଏହାର ହଳଦୀ ଓ ଗୋଲାପୀ ରଙ୍ଗ ଯୁବପିଢ଼ିଙ୍କର ଅତି ପ୍ରିୟ।
– ଜ୍ୟାମିତିକ ଫ୍ରେମ୍‌ବାଲା ମାଇକ୍ରୋ ଚଷମା ମଧ୍ୟ ଭାରି ସୁନ୍ଦର ଲାଗେ। କୌଣସି ଖରାଦିନିଆ ପାର୍ଟି, କିମ୍ବା ସମୁଦ୍ରକୂଳ ବୁଲାବୁଲି ସମୟରେ ଏହି ଚଷମା ପିନ୍ଧିପାରିବେ।
– ଏକପ୍ରକାର ଟିଣ୍ଟେଡ ମାଇକ୍ରୋ ଚଷମା ଆସୁଛି। ବିଦେଶୀ ପୋଷାକ ସହ ଏ ଚଷମା ପିନ୍ଧିଲେ ସୁନ୍ଦର ଲାଗେ।
– ଗୋଲାକୃତି ମାଇକ୍ରୋ ସନ୍‌ଗ୍ଲାସ୍‌କୁ ଯେ କୌଣସି ପୋଷାକ ସହ ପିନ୍ଧାଯାଇପାରେ।

ଏହି ମାଇକ୍ରୋ ଚଷମା କିଣିଲାବେଳେ ସବୁବେଳେ ଧ୍ୟାନ ଦେବେ, ଯେମିତିକି ଏହାର ଫ୍ରେମ୍‌ ଅଧିକ ଭାରି ହୋଇ ନ ଥିବ। ସବୁବେଳେ ନିଜ ମୁହଁର ଆକାର ଓ ବ୍ୟକ୍ତିତ୍ୱକୁ ସୁହାଇଲା ଭଳି ରଙ୍ଗ ଓ ଡିଜାଇନ୍‌ ଦେଖି ଫ୍ରେମ୍‌ କିଣନ୍ତୁ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories