www.samajalive.in
Saturday, December 6, 2025
14.1 C
Bhubaneswar

ଏକାଠି ଆସିବେ ମନୋଜ ବାଜପେୟୀ-ନୱାଜୁଦ୍ଦୀନ

ମୁମ୍ବଇ: ମନୋଜ ବାଜପେୟୀ ଏବଂ ନୱାଜୁଦ୍ଦୀନ ସିଦ୍ଦିକୀ ବଲିଉଡ଼ର ପ୍ରତିଭାଶାଳୀ ଅଭିନେତା ଭା​‌ବେ ପରିଚିତ। ଚଳଚ୍ଚିତ୍ରଠାରୁ ଆରମ୍ଭ କରି ୱେବ୍‌ ସିରିଜ୍‌ ପର୍ଯ୍ୟନ୍ତ ଉଭୟ ସବୁଥିରେ ନିଜ ଅଭିନୟ ଦକ୍ଷତା ପ୍ରମାଣ କରି ସାରିଛନ୍ତି। ତେବେ ପରଦାରେ ଉଭୟ ତାରକାଙ୍କୁ ଏକାଠି ଦେଖିବା ଦର୍ଶକଙ୍କ ପାଇଁ ଏକ ଖାସ୍‌ ଅନୁଭୂତି ହେବ। ଯଦିଓ ‘ଗ୍ୟାଙ୍ଗ୍ସ ଅଫ୍‌ ୱାସେପୁର’ ଫିଲ୍ମରେ ମନୋଜ ବାଜପେୟୀ ଓ ନୱାଜୁଦ୍ଦୀନ ଏକାଠି କାମ କରିଛନ୍ତି, କିନ୍ତୁ ପୁରା ଚଳଚ୍ଚିତ୍ରରେ ଉଭୟଙ୍କର ଏକାଠି ଗୋଟିଏ ହେଲେ ସିନ୍‌ ନାହିଁ। ମିଳିଥିବା ସୂଚନା ଅନୁସାରେ, ଉଭୟଙ୍କୁ ଖୁବଶୀଘ୍ର ଏକାଠି ଗୋଟିଏ ପରଦାରେ ଦେଖିବାକୁ ମିଳିବ।

ଚର୍ଚ୍ଚା ହେଉଛି ଯେ, ଏହି ଦୁଇ ପ୍ରତିଭାବାନ୍ ତାରକା ଖୁବଶୀଘ୍ର ଏକ ନୂଆ ଫିଲ୍ମରେ ଏକାଠି କାମ କରୁଥିବା ନଜର ଆସିବେ। ଏହି ଫିଲ୍ମ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ ହେବ ବୋଲି ମଧ୍ୟ ଖବର ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ, ଉଭୟ ନେସନାଲ୍‌ ସ୍କୁଲ ଅଫ୍‌ ଡ୍ରାମା(ଏନଏସଡି)ର ଛାତ୍ର ଥିଲେ। ‘ଗ୍ୟାଙ୍ଗ୍ସ ଅଫ୍‌ ୱାସେପୁର’ ଫିଲ୍ମରେ ମନୋଜ ବାଜପେୟୀ ନୱାଜଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ୧୯୯୯ ମସିହାରେ ରିଲିଜ୍‌ ହୋଇଥିବା ମନୋଜ ବାଜପେୟୀଙ୍କ ଫିଲ୍ମ ‘ଶୂଲ’ରେ ମଧ୍ୟ ନୱାଜୁଦ୍ଦୀନ ସିଦ୍ଦିକୀ କିଛି ସମୟ ପାଇଁ ନଜର ଆସିଥିଲେ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories