www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ; ସ୍ବଚ୍ଛ,ସବୁଜ କ୍ୟାମ୍ପସ ଗଠନ ମୂଳଲକ୍ଷ୍ୟ -କୁଳପତି

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷଠାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆଇ କ୍ୟୁ ଏ ସି ର ନିର୍ଦ୍ଦେଶକ  ପ୍ରଫେସର ସୁଧାକର ପାତ୍ର ଏହି ଅବସରରେ କୁଳପତିଙ୍କ ଯୋଗଦାନ ପରେ ବିଶ୍ଵବିଦ୍ୟାଳୟ ପକ୍ଷରୁ କାର୍ୟ୍ୟକାରୀ ହୋଇଥିବା ବିଭିନ୍ନ କାର୍ୟ୍ୟକ୍ରମକୁ ପ୍ରୋଜେକ୍ଟର ମାଧ୍ୟମରେ ଆଲୋକପାତ କରିଥିଲେ । ସହକାରୀ ନିର୍ଦେଶକ ଡ଼. ଲକ୍ଷ୍ମୀଧର ରାଉତ ପରିଚାଳନାରେ ସହଯୋଗ କରିଥିଲେ । କୁଳପତିଙ୍କ କାର୍ୟ୍ୟକାଳର ଏକ ବର୍ଷ ମଧ୍ୟରେ ଓଡ଼ିଶା ତଥା ଭାରତର ୯ଟି ଖ୍ୟାତି ନାମା ପ୍ରତିଷ୍ଠାନ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଦକ୍ଷତା ବୃଦ୍ଧି ପାଇଁ ୧୪ଟି ସ୍ୱତନ୍ତ୍ର ବକୃତାର ଆୟୋଜିତ ହୋଇଥିବା,୯ଟି ଜାତୀୟ ସ୍ତରୀୟ ସେମିନାର , ୩ଟି ଅନ୍ତଜାତୀୟ ସେମିନାର ,୨୪ ଟି ବିଭିନ୍ନ ଦିବସ ପାଳନ କରାଯାଇଥିଲା। ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଦକ୍ଷତା ବିକାଶ ବୃଦ୍ଧି ପାଇଁ ୫ଟି ସଚେତନତା କାର୍ୟ୍ୟକ୍ରମ, ୩ ଟି ଅନୁସନ୍ଧାନ ପ୍ରଦ୍ଧତି କର୍ମଶାଳା ୩ ଟି ଗବେଷଣା ଜୋନାଲ ପ୍ରକାଶନ, ୨୦ ଟି ବିଭିନ୍ନ ପ୍ରୋଜେକ୍ଟ , ୭ ଟି ନିଯୁକ୍ତି ମେଳା , ୫ ଟି ଭଞ୍ଜ ନିୟୁଜ ପ୍ରତିକା ପ୍ରକାଶିତ, ସୌନ୍ଦର୍ଯ୍ୟକରଣ ପାଇଁ କ୍ୟାମ୍ପସ ପରିସରର ବିଭିନ୍ନ ଛକରେ ପ୍ରତିକୃତି ସ୍ଥାପନ, କ୍ୟାମ୍ପସ ପରିସରରେ ସୋଲାର ଷ୍ଟ୍ରିଟ ଲାଇଟ ସ୍ଥାପନ , ବର୍ଷା ପାଣି ସଂରକ୍ଷଣ ସହ ଜୈବ ସାର ପ୍ରସ୍ତୁତି କେନ୍ଦ୍ର, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ବିନୋଦନ ନିମନ୍ତେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ପୁରୁଣା ହରିଣ ପାର୍କକୁ ବନବିଭାଗ ସହାୟତାରେ ନଗର ବାଟିକାର ନିର୍ମାଣ, ହାର୍ବଲ ଗାର୍ଡନ,ବୋଟନିକାଲ ଗାର୍ଡେନ, ପେପର ଲେସ ଅଫିସ, ଇ. ଡେସ୍ପପାଚର ବ୍ୟବସ୍ଥା, ବିଦ୍ୟାର୍ଥୀଙ୍କ ଖେଳକୁଦ ପ୍ରତିଯୋଗିତା, ଏନ ଏସ ଏସ ଶିବିର, ନୂତନ ଛାତ୍ରୀ ନିବାସ ସହ, ଛାତ୍ର ନିବାସ ର ବ୍ୟବସ୍ଥା ଓ ଶିକ୍ଷକ, ଅଣ ଶିକ୍ଷକ ରହିବା ପାଇଁ ନୂତନ କ୍ଵାଟର କାର୍ୟ୍ୟକ୍ଷମ ହୋଇଥିବା ନେଇ ବିସ୍ତୃତ ବିବରଣୀ ଉପସ୍ଥାପନା ହୋଇଥିଲା ।
ଏହି ଅବସରରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଅଧ୍ୟାପକ ମାନଙ୍କୁ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ନିଜକୁ ସମର୍ପିତ କରିବା ପାଇଁ ଆହ୍ୱାନ ଦେବା ସହ ନିଜ ନିଜର ଦକ୍ଷତା ଲୋକ ଲୋଚନକୁ ଆଣିବା ପାଇଁ ପବ୍ଲିକେସନ ଓ ପ୍ରୋଜେକ୍ଟ ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ । ଖାଲି ପଡ଼ିଥିବା ଶିକ୍ଷକ, ଅଣ ଶିକ୍ଷକ ପଦବୀ ପୂରଣ ପାଇଁ ସରକାରଙ୍କ ସହ ଯୋଗସୂତ୍ର ରକ୍ଷାକାରୀ ପଦବୀ ପୂରଣ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ତାହା ସହ କ୍ୟାମ୍ପସକୁ କ୍ଲିନ, ଗ୍ରୀନ ଓ ପଲିଥିନ ମୁକ୍ତ କରିବାକୁ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଲକ୍ଷ୍ୟ ରଖାଯାଇଥିବା ବେଳେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ୟ୍ୟକ୍ରମରେ ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଯୋଗ ଦେଇଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories