www.samajalive.in
Saturday, December 6, 2025
26.1 C
Bhubaneswar

କଲକାତା ବାଣ ବିସ୍ଫୋରଣ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ

କଟକ : ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କାରଖାନା ମାଲିକ କ୍ରିଷ୍ଣପଦ ବାଗଙ୍କର ମୃତ୍ୟୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କ୍ରିଷ୍ଣପଦ ଓରଫ ଭାନୁ ବାଗଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି ।

କଟକର ଏକ ଘରୋଇ ହସ୍ପିଟାଲରୁ କ୍ରିଷ୍ଣପଦ ବାଗଙ୍କ ସମେତ ତାଙ୍କର ଦୁଇଜଣ ସହଯୋଗୀଙ୍କୁ କଲକାତା ପୁଲିସ କମିସନରେଟ ପୁଲିସ ସହାୟତାରେ ଗୁରୁବାର ଗିରଫ କରିଥିଲେ। କ୍ରିଷ୍ଣାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁଲିସ ହେପାଜତରେ ଚିକିତ୍ସା କରଯାଉଥିଲା। ଆହତ କ୍ରିଷ୍ଣପଦଙ୍କ ଶରୀର ୮୫ପ୍ରତିଶତ ପୋଡିଯାଇଥିବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିଲା। ତେବେ ଅନ୍ୟ ଦୁଇ ସହଯୋଗୀ ତଥା ତାଙ୍କର ପୁଅ ପ୍ରିଥିଜିତ ବାଗ ଓ ପୁତୁରା ଇନ୍ଦ୍ରଜିତ ବାଗକୁ କଟକ ସଦର ଥାନା ଅଞ୍ଚଳରେ ଥିବା ରୁଦ୍ର ହସ୍ପିଟାଲରୁ ଗିରଫ କରିଥିଲେ । ପଶ୍ଚିମବଙ୍ଗ ଏଗରା ଥାନାର ଏକ ପୁଲିସ ଦଳ ଗୁରୁବାର ସଦର ପୁଲିସ ସହାୟତାରେ ରୁଦ୍ର ହସ୍ପିଟାଲରେ ଚଢ଼ଉ କରି ପ୍ରିଥିଜିତ ଓ ଇନ୍ଦ୍ରଜିତଙ୍କୁ ଗିରଫ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରର ଏଗରା ଅଞ୍ଚଳରେ ମଙ୍ଗଳବାର ବାଣ ବିସ୍ଫୋରଣ ଘଟିଥିଲା । ଏହି ବିସ୍ପୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଆହତ ହୋଇଥିଲେ। ବାଣ କାରଖାନାଟି ବେଆଇନଭାବେ ଚାଲୁଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା । କାରଖାନାଟି କ୍ରିଷ୍ଣପଦଙ୍କ ନାମରେ ରହିଥିବାବେଳେ ପୁଅ ପ୍ରିଥି ଓ ପୁତୁରା ଇନ୍ଦ୍ରଜିତ୍‌‌ ବୁଝୁଥିଲେ। ସମସ୍ତଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥି୍‌‌ଲା।
ବିସ୍ଫୋରଣ ପରେ ଏହି ତିନିଜଣଙ୍କର କୌଣସି ଖୋଜ ଖବର ମିଳି ନଥିଲା। ସେମାନଙ୍କ ସମ୍ପର୍କରେ ଖବର ସଂଗ୍ରହ କରିବା ଲାଗି କଲକାତା ପୁଲିସ ଓଡ଼ିଶା ପୁଲିସ ସହିତ ଯୋଗସୂତ୍ରରେ ରହିଥିଲା। ସେହିଦିନ ରାତିରେ ପଶ୍ଚିମବଙ୍ଗରୁ ଜଣେ ପୋଡା ରୋଗୀ ଗୁରୁତର ଅବସ୍ଥାରେ ଆସି ରୁଦ୍ର ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତାଙ୍କ ସହିତ ଦୁଇଜଣ ମଧ୍ୟ ଆସିଥିବା ସୂଚନା ମିଳିଥିଲା। ଖୋଳତାଡ଼ ପରେ ସେମାନେ ବାଣ କାରଖାନାର ମାଲିକ ଓ ତାଙ୍କର ପୁଅ ଓ ପୁତୁରା ରହିଥିବା ଜଣାପଡ଼ିଥିଲା। ଏହାପରେ ସଦର ପୁଲିସ ସହାୟତାରେ ତିନିଜଣଙ୍କୁ ଧରିବା ପାଇଁ କଲକାତା ପୁଲିସ ଯୋଜନା ପ୍ରସ୍ତୁତ କରିଥିଲା। ଗୁରୁବାର ଏଗରା ଥାନାର ଏକ ପୁଲିସ ଦଳ କଟକରେ ପହଞ୍ଚି ସଦର ଥାନା ପୁଲିସ ସହାୟତାରେ ରୁଦ୍ର ହସ୍ପିଟାଲରେ ଚଢଉ କରିଥିଲେ। ସେଠାରୁ ପ୍ରିଥି ଓ ଇନ୍ଦ୍ରଜିତକୁ କାବୁ କରିଥିଲେ । ଦୁଇଜଣଙ୍କୁ ପୁଲିସ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ପଶ୍ଚିମବଙ୍ଗ ଫେରିଯାଇଛି ।

- Advertisement -

ଅନ୍ୟପକ୍ଷରେ କୌଣସି ସମ୍ବେଦନଶୀଳ ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଚିକିତ୍ସା ପାଇଁ ଆସିଲେ, ପ୍ରଥମେ ସମ୍ପୃକ୍ତ ଚିକିତ୍ସାଳୟର କର୍ତ୍ତୃପକ୍ଷ ପୁଲିସକୁ ଜଣାଇବା କଥା, କିନ୍ତୁ ଏ କ୍ଷେତ୍ରରେ ସେମିତି କିଛି ହୋଇନାହିଁ । ଏପରିକି ସମ୍ପୃକ୍ତ ବ୍ୟକ୍ତି ଚିକିତ୍ସିତ ହେଉଥିଲେ ମଧ୍ୟ ଆମ ପାଖରେ କୌଣସି ଖବର ନ ଥିଲା। ବିନା ସୂଚନାରେ ଜଣେ ବାହାର ରାଜ୍ୟର ରୋଗୀକୁ ପୁଣି ବିନା ପରିଚୟପତ୍ରରେ ଚିକିତ୍ସା କରାଇବା ନେଇ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories