www.samajalive.in
Saturday, December 13, 2025
21.1 C
Bhubaneswar

ମହିମାସାଗରଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ କଳିବିରି ଗ୍ରାମର ଆରାଧ୍ଯ ଦେବତା ପ୍ରଭୁ ଶ୍ରୀ ମହିମାସାଗରଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଛି। ପୀଠ ପରମ୍ପରା ଅନୁଯାୟୀ ତିନିଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ପରେ ଗ୍ରାମର ବିଭିନ୍ନ ସାହିରେ ପୂଜା ପାଇ ଆସୁଥିବା ମୃଣ୍ମୟ ପ୍ରତିମାଙ୍କୁ ନେଇ ସାମୁହିକ ଭସାଣି ପର୍ବ ଅନୁଷ୍ଠିତ ହୋଇଥିଲା।

ତୃତୀୟାରୁ ପ୍ରତ୍ୟହ ମହିମସାଗରଙ୍କ ବିଜେ ପ୍ରତିମା ବିମାନ ବିଜେ ହୋଇ ଚନ୍ଦନ ପୋଖରୀକୁ ଆସିବା ପରେ ସେଠାରେ ଚାପ ଖେଳୁଥିଲେ। ପୀଠ ପରମ୍ପରା ଅନୁଯାୟୀ ଠାକୁରଙ୍କ ୩ ଦିନିଆ ଚନ୍ଦନ ଯାତ୍ରା ଅବସରରେ ଗ୍ରାମକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯିବା ସହ ବିଭିନ୍ନ ସାହିରେ ମୃଣ୍ମୟ ପ୍ରତିମା ପୂଜା ସହ ମହିମାସାଗରଙ୍କ ନଗର ପରିକ୍ରମା ଓ ଭୋଗ ଲାଗି ପରମ୍ପରା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ପରିବାର ତରଫରୁ ଠାକୁରଙ୍କୁ ଭୋଗଲାଗି କରାଯାଇଥିଲା। ସୋମବାର ଭୋର୍ ସମୟରେ ବହୁରୂପୀ ଓ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଠାକୁର ସୁନେଇରୁପେଇ ପୀଠରେ ପହଞ୍ଚିବା ପରେ ସେଠାରେ ସ୍ବତନ୍ତ୍ର ପୂଜା ସେବା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଚନ୍ଦନ ଅବସରରେ ଉକ୍ତ ସୁନେଇରୂପେଈ ଯାତ୍ରା ପଡ଼ିଆରେ ତିନିଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମଙ୍ଗଳବାର ସଂଧ୍ୟାରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପାଦନ କରିବା ଲାଗି ଗ୍ରାମ ପରିଚାଳନା କମିଟି ସଭାପତି କୈଳାସ ବେହେରା, ଉପସଭାପତି ଶତୃଘ୍ନ ଦଳେଇ, ସମ୍ପାଦକ ପବିତ୍ର ସାହୁ, ସହ ସମ୍ପାଦକ ନିରଞ୍ଜନ ସାହୁ ଏବଂ ଉପଦେଷ୍ଟା ମାନସ କୁମାର ମହାନ୍ତି ଓ ପ୍ରଫୁଲ୍ଲ କୁମାର ଦେହୁରୀ ପ୍ରମୁଖ ଯାତ୍ରା ପରିଚାଳନା କରିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories