www.samajalive.in
Thursday, December 11, 2025
15.1 C
Bhubaneswar

ସିଙ୍ଗାରୀ ଏବଂ ଦେବଗିରୀ ଜଙ୍ଗଲ ଅଂଚଳରେ ବ୍ୟାପୁଛି ବନାଗ୍ନି

କଲମପୁର: ଗତ ୪ଦିନ ହେବ ବଢ଼ି ଚାଲିଛି ଗ୍ରୀଷ୍ମ ତାପ ର ପ୍ରକୋପ। ସକାଳ ୯ଟା ବେଳକୁ ଲୋକେ ଗ୍ରୀଷ୍ମ ତାପର ପ୍ରଭାବରେ ନିଜକୁ ରକ୍ଷା କରିବା ପାଇଁ ତ୍ରାହୀ ତ୍ରାହୀ ଡାକୁଛନ୍ତି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରୁ ବାହାରିବା ନିରାପଦ ମଣୁନାହାଁନ୍ତି। ଏଭଳି ସ୍ଥିତିରେ ଜଙ୍ଗଲର ନିଆଁ ଗ୍ରୀଷ୍ମ ତାପକୁ ଦ୍ୱିଗୁଣିତ କରୁଛି। ଉଭୟ ଦେବଗିରୀ ଏବଂ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲର ପାଦ ଦେଶରେ ରହୁଥିବା ଦେପୁର ଦେଉଲପଡ଼ା, ତାଳପଦର, କଦଳିଚୁଆଁ, ଘର୍ଲା, ଘୋଡାବନ୍ଧା, କସାବାହୀ, ପାଜେନ, ଗୌଡକେନ୍ଦୁଗୁଡା, ବରଦୋଳି, ପଣ୍ଡିଗାଁ,ବୋଦଲେବନ୍ଧ, ତୋତ୍ରାଗୁଡା, ଝରାବାହାଲି, ବନ୍ଧକନା କର୍ଲାପଡ଼ା, ପଂଚବଟି ପଡ଼ା ଆଦି ଗ୍ରାମବାସୀ ଦିନ ତମାମ ଖରା ର ପ୍ରକୋପ ରେ ଅସହାୟ ହେଉଥିବା ବେଳେ ରାତିରେ ଜଙ୍ଗଲର ପଥରର ତାତି ସମେତ ନିଆଁ ଧାସରେ ସନ୍ତୁଳିତ ହେଉଛନ୍ତି।

ଦିନକୁ ଦିନ ବନାଗ୍ନି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଯାହାରି ଫଳରେ ନଷ୍ଟ ହେଉଛି ବହୁ ମୂଲ୍ୟବାନ ଔଷଧିୟ ଗଛ ସମେତ ଶାଳ, ପିଆଶାଳ ଏବଂ ଶାଗୁଆନ ଭଳି ବହୂ ଦୂଲ୍ଲଭ ଗଛ। ଏହାସହ ଜଙ୍ଗଲ ମଧ୍ୟରେ ଥିବା ଝରଣା ପାଣି ଶୁଖି ଯାଉଥିବାରୁ ପାଣି ଟିକକ ପାଇଁ ଡହଳ ବିକଳ ହେଉଛନ୍ତି କୁଟୁରା, ବାରହା ଭଳି ଜଙ୍ଗଲି ଜନ୍ତୁ। ମୟୁର ଭଳି ବହୁ ଜଙ୍ଗଲି ପକ୍ଷୀ ପ୍ରଭାବିତ ହେଉଛନ୍ତି। ଗ୍ରଷ୍ମ ତାପ ବୃଦ୍ଧି ଯୋଗୁଁ ଦିନ ତମାମ ନିଆଁକୁ ଆୟତ କରିବାରେ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡୁଛି। ରାତିରେ ନିଆଁ ଲିଭାଇବା ମଧ୍ୟ ନିରାପଦ ନୁହେଁ। ତଥାପି କଲମପୁର ବନ ପାଳଙ୍କ ଅଧିନରେ ନିୟୋଜିତ ହରି ମାଝୀ, କୁନା କଟ୍ଟା ଏବଂ ଗୁଣନିଧି ବଗର୍ତି ପ୍ରମୁଖ ନିଆଁ ଲିଭାଳି ଦଳ କଂଚା ଗଛ ଡାଳରେ ନିଆଁକୁ ପିଟିଥିଲେ ମଧ୍ୟ ନିଆଁ ଲିଭୁନଥିଲା। ଶେଷରେ ଭେକ୍ୟୁମ କ୍ଲିନର ମେସିନ ସହାୟତାରେ ଶୁଖା ପତ୍ର ସବୁକୁ ସଫାକରି ଏକ ଧାର କାଟିବା ପରେ ନିଆଁକୁ ଆୟତ କରିବାରେ ସଫଳ ହେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories