www.samajalive.in
Tuesday, December 9, 2025
16.1 C
Bhubaneswar

ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ

ବୌଦ୍ଧ: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀସାହୁ ରଥଯାତ୍ରାକୁ ମହାସମାରୋହରେ ପାଳନ କରାଯିବାକୁ ଉପସ୍ଥିତ ସଦସ୍ୟମାନେ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ବୈଠକରେ ଉପଜିଲାପାଳ ତଥା ଦେବତ୍ତୋର ଅଧିକାରୀ ରବୀନ୍ଦ୍ରନାଥ କହଁର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବିଗତ ବର୍ଷର ଆୟ ବ୍ୟୟ ବିବରଣୀ ପ୍ରଦାନ କରିଥିଲେ। ଅତିରିକ୍ତ ଏସପି ରବୀନ୍ଦ୍ର କୁମାର ରାଉତ ବୈଠକରେ ଯୋଗଦେଇ ଜିଲ୍ଲା ପୋଲିସ ପକ୍ଷରୁ ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରତିଶୃତି ଦେଇଥିଲେ। ରଥ ମରାମତି ତଦାରଖ ପାଇଁ ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ପୁର୍ତ ବିଭାଗର ଅଧିକାରୀ ଓ ମହାରଣାଙ୍କୁ ନେଇ ଏକ କମିଟି ଗଠନ କରାଯିବା ସହିତ ଏହି କମିଟି ପୁରୁଣା ରଥର ସ୍ଥିତି, ରଥ ନିର୍ମାଣ ପାଇଁ ଗଛିତ ରଥକାଠ, ମାଉସୀ ମା ମନ୍ଦିର ପରିସର ବୁଲି ଅନୁଧ୍ୟାନ କରିବାପରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁର୍ତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡଦାଣ୍ଡର ସ୍ଥିତି ଅନୁଧ୍ୟାନ କରାଯିବା ସହିତ ଆବଶ୍ୟକୀୟ ମରାମତି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାଉସୀ ମା ମନ୍ଦିରରେ ଠାକୁରମାନଙ୍କ ରୋଷଶାଳା ଓ ପ୍ରସାଦ ସେବନ ମଣ୍ଡପ ନିର୍ମାଣ କାର୍ଯ୍ୟ ତୁରନ୍ତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ରଥଯାତ୍ରା ସମୟରେ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ,ବଡ ଦାଣ୍ଡରେ ଆଲୋକୀକରଣ, ବିଦ୍ୟୁତ୍‌‌ କାଟ ନକରିବା, ପାନୀୟଜଳ ବ୍ୟବସ୍ଥା ଆଦି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଧାରାବିବରଣୀ ପ୍ରଦାନ କରାଯିବାକୁ ଜିଲା ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସେହିପରି ବ୍ରାହ୍ମଣ ସମାଜ ପକ୍ଷରୁ ସଂପାଦକ ଦେବାଶିଷ ପୁରୋହିତ ଦେବସ୍ନାନ ପୁର୍ଣ୍ଣିମା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରମାନଙ୍କ ନିତିକାନ୍ତି ପାଳନ ନେଇ ଲଗ୍ନ ପ୍ରଦାନ କରିଥିଲେ। ଠିକ୍‌‌ ସମୟରେ ଠାକୁରମାନଙ୍କ ନିତିକାନ୍ତି ପାଳନ କରାଯିବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଠାକୁରମାନଙ୍କ ପହଣ୍ଡିରେ ବିଳମ୍ବ ହେଉଥିବାରୁ ଠିକ୍‌‌ ସମୟରେ ଟାହିଆ ଓ ସଂକିର୍ତ୍ତନ ମଣ୍ଡଳୀ ପହଞ୍ଚିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଂଜନ ମଦନ ମୋହନ ପାତ୍ର,ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ପୁର୍ତ ବିଭାଗ ଅଧିକ୍ଷଣଯନ୍ତ୍ରୀ ପ୍ରଭାତ ଦାସ,ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା,ଏଡିଏମଓ ମେଡିକାଲ ଡା. ସଂଘମିତ୍ରା ପଣ୍ଡା, ଜନସ୍ୱାସ୍ଥ୍ୟ ଅଧିକାରୀ ଇଂ.ନିରଂଜନ ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ମନ୍ଦିର ପରିଚାଳନା କମିଟି ସଂପାଦକ ଶଙ୍କର ପ୍ରସାଦ ପୁରୋହିତ ଓ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories