www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟୁତ ଆଘାତରେ ୪ ହାତୀଙ୍କ ମୃତ୍ୟୁ

ଗୁଣୁପୁର : ଗତ ଦେଢବର୍ଷ ଧରି ରାୟଗଡା ଜିଲ୍ଲା ଗୁଣୁପୁର, ପଦ୍ମପୁର,ଗୁଡାରି ବନାଞ୍ଚଳରେ ୬ ଟିକିଆ ହାତୀପଲ ସୁରକ୍ଷିତ ଚଳପ୍ରଚଳ କରୁଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶ ବାତ୍ତୀଲି-କାଟ୍ରଗଡ଼ ଅଞ୍ଚଳରେ ବିଦ୍ୟୁତ ଆଘାତରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଓଡ଼ିଶାରେ ଜଙ୍ଗଲ ବିଭାଗ ସହାୟତାରେ ହାତୀପଲ ସୁରକ୍ଷିତ ଚଳପ୍ରଚଳ କରୁଥିଲେ। ଗ୍ରାମବାସୀ ଓ ଜଙ୍ଗଲ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଦିନ ରାତି ଏକ କରି ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ତେବେ ଗତ ଦୁଇ ମାସ ଧରି ଏହି ହାତୀପଲ ଆନ୍ଧ୍ରପ୍ରଦେଶ ଅଞ୍ଚଳକୁ ଚାଲି ଯାଇଥିଲେ । ସେଠାରେ ଆଜି ସକାଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ତେବେ ଆନ୍ଧ୍ର ସରକାର ଓ ସ୍ଥାନୀୟ ପ୍ରଶାସନ, ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ଯୋଗୁଁ ଏଭଳି ଅଘଟଣ ଘଟିଥିବା ଆଲୋଚନା ହେଉଛି । ତେଣୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories