www.samajalive.in
Saturday, December 6, 2025
26.1 C
Bhubaneswar

କୃଷି ମନ୍ତ୍ରୀଙ୍କ ଦ୍ଵାରା ୪ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ତିଗିରିଆ : ତିଗିରିଆ ବ୍ଲକର ବିଭିନ୍ନ ସ୍ଥାନରେ ଚାରି ଗୋଟି ପ୍ରକଳ୍ପର ନିର୍ମାଣ ପାଇଁ ଗୁରୁବାର ରାଜ୍ୟ କୃଷି ମତ୍ସ୍ୟ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଦ୍ବାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବ୍ଳକର ଭୋଗଡା ପଞ୍ଚାୟତ କାର୍ୟ୍ୟାଳୟର ନୂତନ କୋଠା , ଗଦାଧରପୁର ପଞ୍ଚାୟତ କଳିବିରି ଗ୍ରାମରେ ଉପ ସ୍ଵାସ୍ଥ୍ୟକେନ୍ଦ୍ର, ପୁରୁଣା ତିଗିରିଆ ପଞ୍ଚାୟତ ପୁରୁଣା ତିଗିରିଆରେ ଉପସ୍ଵାସ୍ଥ୍ୟକେନ୍ଦ୍ର ଓ ପଞ୍ଚାୟତ ସମିତି କାର୍ୟ୍ୟାଳୟ ପରିସରରେ ଜନପ୍ରତିନିଧିମାନଙ୍କ ପାଇଁ ବିଶ୍ରାମଗୃହ ନିର୍ମାଣ ପାଇଁ ମୋଟ ଏକ କୋଟି ଦୁଇ ଲକ୍ଷ ଛଅଷଠି ହଜାର ଟଙ୍କାର ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡିକର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଥମେ ମନ୍ତ୍ରୀଙ୍କୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଭୋଗଡା ଗ୍ରାମକୁ ନିଆଯାଇଥିଲା । ଏହି ସମସ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସହିତ ସମ୍ମାନୀତ ଅତିଥି ଭାବେ ତିଗିରିଆ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ସସ୍ମିତା ରାଉତ, ପୁରୁଣା ତିଗିରିଆ ସରପଞ୍ଚ ପ୍ରତାପ ଜେନା, ଗଦାଧରପୁର ସରପଞ୍ଚ ପୁଷ୍ପିତା ସ୍ଵାଇଁ,ସମିତି ସଭ୍ୟ ବିଜୟ ଦେହୁରୀ, ଭୋଗଡା ସରପଞ୍ଚ ଶର୍ମିଲା ନାୟକ, ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା ଯୋଗଦେଇ ଥିଲେ । କାର୍ୟ୍ୟକ୍ରମରେ ତୃଣମୂଳ ସ୍ତରର ଅନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ଭୂମି ପୂଜା କାର୍ୟ୍ୟରେ ସହଯୋଗ କରିଥିଲେ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories