www.samajalive.in
Sunday, December 7, 2025
18.1 C
Bhubaneswar

ତିଗିରିଆ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ତିଗିରିଆ : ତିଗିରିଆ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନ ଗୁରୁବାର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକଙ୍କ ଅଧ୍ୟକ୍ଷତାରେ ସମିତି ଅଧୀନସ୍ଥ ୧୪ଟି ପଞ୍ଚାୟତର ସମିତିସଭ୍ୟ ଏବଂ ସରପଞ୍ଚଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି ମତ୍ସ୍ୟ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ଳକସ୍ତରୀୟ ସମସ୍ତ ଉନ୍ନୟମୂଳକ କାର୍ୟ୍ୟର ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଏହା ଛଡ଼ା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଣିଷ ଓ ଗୋରୁଗାଈଙ୍କ ପାଇଁ ପ୍ରତି ପଞ୍ଚାୟତ ସ୍ତରରେ ପାନୀୟ ଜଳର ବ୍ୟାପକ ବ୍ୟବସ୍ଥା କରିବାକୁ ଗୁରୁତ୍ଵ ଦେଇଛନ୍ତି। ସେହିଭଳି ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରାଯିବା ନେଇ ଆଲୋଚନା କରିଛନ୍ତି ।

ବୈଠକରେ ବିଶେଷ କରି କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ ଆୟୋଗ ଏବଂ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗର ମଞ୍ଜୁର ଅନୁଦାନକୁ କିଭଳି ଭାବେ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟରେ ବିନିଯୋଗ ହେବ ସେ ନେଇ ପ୍ରସ୍ତୁତି ଖସଡା ଉପରେ ଗୁରୁତ୍ବାରୋପ କରିଥିଲେ । ସେହିପରି କୃଷି ସମସ୍ୟା ଉପରେ ବିଶେଷ ଗୁରୁତ୍ଵ ଆରୋପ କରାଯାଇଛି । ବିଶେଷ କରି ଗତ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆସିଥିବା ୧.୮ କୋଟି ଟଙ୍କାର ସହାୟତାକୁ କିଭଳି ଭାବେ କୃଷି, ଉଦ୍ୟାନ କୃଷି ଏବଂ ରାଜସ୍ବ ବିଭାଗର ମିଳିତ ସହଯୋଗରେ ସୁବଣ୍ଟନ, କଟକ ଜିଲ୍ଲାରେ ପ୍ରଥମ କରି ତିଗିରିଆ ବ୍ଲକରେ ଆଗାମୀ ଖରିଫ୍ ଋତୁରେ ୨ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯିବାକୁ ସ୍ଥିର ହୋଇଥିବା ଏବଂ ଆଗାମୀ ଦିନରେ କୃଷି, ଉଦ୍ୟାନ କୃଷି ଏବଂ ପ୍ରାଣୀ ସମ୍ପଦର ବିଭିନ୍ନ କାର୍ୟ୍ୟ ମିଶନ ଶକ୍ତି ଜରିଆରେ କାର୍ୟ୍ୟକାରୀ କରିବାକୁ ଆଲୋଚନା ହୋଇଥିଲା ।

- Advertisement -

ସେହିପରି ବ୍ଲକର ପ୍ରାଣୀ ଚିକିତ୍ସା କାର୍ୟ୍ୟାଳୟର ଦୀର୍ଘ ଦିନର ଦାବି ପରେ ନୂତନ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ସମ୍ପର୍କରେ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ବ୍ଲକରେ ବିଭିନ୍ନ ପଞ୍ଚାୟତରେ ରାସ୍ତା ଆଲୋକୀକରଣରେ ରହିଥିବା ସମସ୍ୟାକୁ ଆଗାମୀ ୧୫ ଦିନ ମଧ୍ୟରେ ସମାଧାନ କରିବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗ ଯଥା ସାଧାରଣ ବଣ୍ଟନ , ଶିକ୍ଷା, ସମାଜ କଲ୍ୟାଣ, କୃଷି ଉଦ୍ୟାନ ଓ ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ୍ନ, ପୂର୍ତ୍ତ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ବିଦ୍ୟୁତ୍, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସମସ୍ତ ଉନ୍ନୟନ୍ନ ମୂଳକ ପ୍ରକଳ୍ପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଏହି ସାଧାରଣ ବୈଠକରେ ପ୍ରଥମେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶରତ ଲେଙ୍କା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା କାର୍ୟ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ମଲ୍ଲିକ, ସସ୍ମିତା ରାଉତ, ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ସାହୁ, ବ୍ଳକ ସହକାରୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ, ବ୍ଲକ ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟି, ବ୍ଲକ ପ୍ରାଣୀ ଚିକିତ୍ସାଧୁକାରୀ ସତ୍ୟବ୍ରତ ଦାଶ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସତ୍ୟଭାମା ବିଶୋଇ, ଅତିରିକ୍ତ ବିଡିଓ ଅଭୀସ୍ପା ସ୍ୱାଇଁ ଓ ଅନ୍ୟବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories