www.samajalive.in
Saturday, December 6, 2025
19.1 C
Bhubaneswar

ମାଲକାନଗିରିରେ ଡିଜିଙ୍କ ସମୀକ୍ଷା, ମାଓମୁକ୍ତ ହେବ ସ୍ୱାଭିମାନ ଅଂଚଳ

ମାଲକାନଗିରି : ସୋମବାର ଦିନ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର, ଆଲୁରୁକୋଟା ନିକଟରେ ବିଏଫ୍ ଯବାନଙ୍କ ଏନକାଉଣ୍ଟରରେ ୫ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଜିଲା ପୁଲିସର ମନୋବଳକୁ ଆହୁରି ସୁଦୃଢ କରିବାକୁ ଡିଜିପି ଡ. ଆର. ପି ଶର୍ମା ମଙ୍ଗଳବାର ଦିନ ମାଲକାନଗିରିରେ ପହଞ୍ଚିଛନ୍ତି। ମଧ୍ୟାହ୍ନରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଡ. ଶର୍ମା ମାଲକାନଗିରିରେ ପହଞ୍ଚିବା ପରେ ବିଏସଏଫ୍ କ୍ୟାମ୍ପରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ମାଓ ଦମନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଏହାପରେ ସ୍ଥାନୀୟ ଡିପିଓରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲାରେ ମାଓ ସ୍ଥିତିର ସମୀକ୍ଷା କରିଥିଲେ।
ଆଗାମୀ ଛତିଶଗଡ଼ ନିର୍ବାଚନ ପୂର୍ବରୁ ମାଓବାଦୀମାନେ ବହୁ ହିଂସାକାଣ୍ଡ ଘଟାଇ ମାଲକାନଗିରି ଜିଲାରେ ପ୍ରବେଶ କରିବା ନେଇ ଗୁଇନ୍ଦା ସୂଚନା ମିଳିଛିା ଏଣୁ ପଡିଆ, ମାଥିଲି ବ୍ଲକ ସୀମାନ୍ତ ଛତିଶଗଡ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ସହ ବିଏସଏଫ୍ ମୁତୟନ, ସୀମାକୁ ସିଲ୍ କରିବା ସହ ପଡୋଶୀ ରାଜ୍ୟ ସହ ଯୋଗାଯୋଗ କରି ଯୁଗ୍ମ କୁମ୍ବିଂ ଅପରେସନ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ସେହିପରି ନକ୍ସଲମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‍ ହେବାକୁ ସଚେତନତା ସୃଷ୍ଟି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲ।।
ମାଲକାନଗିରି ଜିଲାରେ ଏବେ ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି ଏମ୍.କେ.ବି. କାର୍ଯ୍ୟ କରୁଥିବା ବେଳେ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ଓ ମାଥିଲି ଅଂଚଳରେ ବର୍ତ୍ତମାନ ମାଓବାଦୀମାନେ ସକ୍ରିୟ ରହିଛନ୍ତିା ବିଛିନ୍ନାଞ୍ଚଳରେ ଆହୁରି ଅଧିକ ଫୋର୍ସ ମୁତୟନ ସହ ପଣସପୁଟ ଆଦି ଅଂଚଳରେ ବିଏସଏଫ୍ ଓ ଆଇ.ଆର୍.ବି. କ୍ୟାମ୍ପ ପ୍ରତିଷ୍ଠା କରି ସୁରକ୍ଷା ସହ ସ୍ୱାଭିମାନ ଅଂଚଳରେ ରାସ୍ତା ନିର୍ମାଣ ଓ ଅନ୍ୟ ବିକାଶମୁଖୀ କାର୍ଯ୍ୟ କିଭଳି ତରାନ୍ୱିତ ହେବ ସେଥିନେଇ ପ୍ରଶାସନିକ ଅଧିକାରୀସ୍ତରରେ ଆଲୋଚନା କରା ଯାଇଥିଲ।। ଆଉ କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ସ୍ୱାଭିମାନ ଅଂଚଳରେ ମାଓବାଦୀମାନେ ଭୋଟ ବର୍ଜନ ଡାକରା ଦେଇଛନ୍ତି। ମାଓବାଦୀଙ୍କ ଭୟରେ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଚିତ୍ରକୋଣ୍ଡା ବ୍ଲକରେ ଭୋଟଦାନ ହୋଇ ପାରି ନ ଥିଲ।। ପ୍ରାୟ ୧୯ଟି ପଂଚାୟତ ସରପଂଚଙ୍କ ବିନା ଚାଲିଥିବା ବେଳେ ଦୁଇଟି ଜିଲା ପରିଷଦ ଜୋନରେ ମଧ୍ୟ ନିର୍ବାଚନ ହୋଇ ପାରିନାହିାଁ ତେବେ ଆଗାମୀ ସାଧାରଣ ନିର୍ବାଚନ ଏଠାରେ କିପରି ସୁରୁଖୁରୁରେ ହୋଇ ପାରିବ ସେ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରାଯାଇଥିଲ।। ସେହିପରି ଜିଲାରେ ବର୍ତମାନ ମାଥିଲି, କାଲିମେଳା, ଚିତ୍ରକୋଣ୍ଡା, କୁଡୁମୁଲୁଗୁମ୍ମା, ଖଇରପୁଟ, ପଡିଆ ବ୍ଲକରେ ପ୍ରାୟ ଚାରି ବାଟାଲିୟନ ବିଏସଏଫ୍ ଫୋର୍ସ ମୁତୟନ ହୋଇଥିବା ବେଳେ ବିଭିନ୍ନ ଦୁର୍ଗମ ଅଂଚଳରେ ପ୍ରାୟ ୩୦ରୁ ଊଦ୍ଧ୍ୱର୍ର୍ କ୍ୟାମ୍ପ କରି ସୀମା ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ତେବେ ଆଗାମୀ ଦିନରେ ମାଲକାନଗିରିରେ ଅଧିକ ଫୋର୍ସ ମୁତୟନ ନେଇ ରାଜ୍ୟ ସରାକରଙ୍କ ପକ୍ଷରୁ କେନ୍ଦ୍ର ଗୃହ ବିଭାଗକୁ ଲିଖିତ ଅନୁରୋଧ କରା ଯାଇଥିବା ବେଳେ ଜାନୁଆରୀ ସୁଦ୍ଧା ଆହୁରି ଗୋଟିଏ ବାଟାଲିୟନ୍ ଫୋର୍ସ ମୁତୟନ ହେବାର ଆଶା ରହିଛିା
ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ହିଂସାକୁ ବରଦାସ୍ତ କରାଯାଇପାରିବ ନାହିଁ। ସମାନ୍ତରାଳ ଭାବେ ଜିଲାରେ ବିକାଶ କାର୍ଯ୍ୟ ତରାନ୍ୱିତ କରାଯିବ। ଗତକାଲି ଏନକାଉଂଟର ଓଡିଶା ପୁଲିସ ପାଇଁ ଏକ ବଡ ସଫଳତା ବୋଲି ଡିଜିପି ଡ. ଶର୍ମା ପ୍ରକାଶ କରିଥିବା ବେଳ ଆଗାମୀ ଦିନରେ ପଡୋଶୀ ରାଜ୍ୟ ସହ ସମନ୍ୱୟ ରକ୍ଷା କରି ସୀମାନ୍ତରେ ମାଓ ଦମନ ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି। ସାଧାରଣ ଲୋକ ହିଂସା ପରିହାର କରି ଗଣତନ୍ତ୍ରକୁ ସମର୍ଥନ କରିବା ସହ ବେଆଇନ ସଂଗଠନକୁ ପ୍ରତ୍ୟାହାର କରିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି। ଡିଜିଙ୍କ ସହ ଏଡିଜେ ଅପରେସନ ଆଇ.ଜି. ଆର୍.ପି. କୋଚେ, ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ ନିର୍ଦେଶକ ଘନଶ୍ୟାମ ଉପାଧ୍ୟାୟ, ଗୁଇନ୍ଦା ନିର୍ଦେଶକ ସୁନିଲ ରାୟ, କମାଣ୍ଡାଣ୍ଟ ଏସ୍.ଓ.ଜି.ଅନିରୁଦ୍ଧ ସିଂ, ପ୍ରମୁଖଙ୍କ ସହ ମାଲକାନଗିରି ଏସ୍.ପି. ଜଗମୋହନ ମୀନା ଓ ଏସ୍.ଡି.ପି.ଓ. ଶ୍ରବଣ ବିବେକ ଯୋଗ ଦେଇଥିଲୋ

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories