www.samajalive.in
Saturday, December 6, 2025
26.1 C
Bhubaneswar

ରାଜନୈତିକ ଚାନ୍ଦା: କଂଗ୍ରେସକୁ ଟପିଲା ବିଜେଡି

ନୂଆଦିଲ୍ଳୀ: ଦେଶର ସମସ୍ତ ରାଜନୈତିକ ଦଳ ଚାନ୍ଦା ଆକାରରେ ଯେତିକି ଟଙ୍କା ସଂଗ୍ରହ କରିଛନ୍ତି ଏକାକୀ ବିଜେପି ତାର ୮୬% ପାଇଛି। ଉଲ୍ଲେଖନୀୟ ହେଉଛି ଜାତୀୟ ଦଳ କଂଗ୍ରେସଠାରୁ ଆଞ୍ଚଳିକ ଦଳ ବିଜେଡି ଏ କ୍ଷେତ୍ରରେ ଆଗୁଆ ରହିଛି। ୨୦୧୭-୧୮ରେ ରାଜନୈତିକ ଚାନ୍ଦା ସଂଗ୍ରହରେ ଓଡ଼ିଶାର ବିଜୁ ଜନତା ଦଳ ୧୩ କୋଟି ଟଙ୍କା ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ୧୨ କୋଟି ଟଙ୍କ ପାଇ ତୃତୀୟ ସ୍ଥାନରେ ରହିଛି। ଏନ୍‍ସିପି ୫୦ ଲକ୍ଷ ଓ ଜାମ୍ମୁ-କାଶ୍ମୀର ନ୍ୟାଶ୍‍ନାଲ୍‍ କନ୍‍ଫେରେନ୍ସ ୪୮ ଲକ୍ଷ ଟଙ୍କା ପାଇଛନ୍ତି। ନିର୍ବାଚନ କମିଶନ୍‍ଙ୍କ ତଥ୍ୟ ଆଧାରରେ ଏହା ଜଣାପଡ଼ିଛି।
ନିର୍ବାଚନ ପାଣ୍ଠିମାନଙ୍କର ଘୋଷଣାପତ୍ର ଅନୁଯାୟୀ,୨୦୧୭-୧୮ ଆର୍ଥିକ ବର୍ଷରେ ବିଜେପି ଚାନ୍ଦା ଆକାରରେ ୧୬୭.୮ କୋଟି ଟଙ୍କା ପାଇଛି। ଅବଶ୍ୟ ପୂର୍ବ ବର୍ଷ ତୁଳନାରେ ବିଜେପିର ଚାନ୍ଦା ସଂଗ୍ରହ ପରିମାଣ କମ୍‍ ରହିଛି। ୨୦୧୬-୧୭ରେ ବିଜେପି ୨୯୦.୨୨ କୋଟି ଟଙ୍କା ରାଜନୈତିକ ଚାନ୍ଦା ଆକାରରେ ସଂଗ୍ରହ କରିଥିଲା।
ସତ୍ୟ ଇଲେକ୍ଟୋରାଲ୍‍ ଟ୍ରଷ୍ଟରୁ ନାମ ପରିବର୍ତ୍ତନ କରିଥିବା ପ୍ରୁଡେଣ୍ଟ ଇଲେକ୍ଟୋରାଲ୍‍ ଟ୍ରଷ୍ଟ ତିନିଟି ରାଜନୈତିକ ଦଳକୁ ୨୦୧୭-୧୮ରେ ମୋଟ ୧୬୯.୩ କୋଟି ଟଙ୍କା ରାଜନୈତିକ ଚାନ୍ଦା ଆକାରରେ ଦେଇଛି। ସେଥିମଧ୍ୟରୁ ବିଜେପି ସର୍ବାଧିକ ୧୫୪.୩ କୋଟି ଟଙ୍କା ପାଇଥିବା ବେଳେ କଂଗ୍ରେସ ୧୦ କୋଟି ଟଙ୍କା ଓ ବିଜେଡି ୫ କୋଟି ଟଙ୍କା ପାଇଛନ୍ତି। ୨୦୧୬-୧୭ରେ ମଧ୍ୟ ପ୍ରୁଡେଣ୍ଟ ଇଲେକ୍ଟୋରାଲ୍‍ ଟ୍ରଷ୍ଟ ୨୮୩.୭୨ କୋଟି ଟଙ୍କା ରାଜନୈତିକ ଚାନ୍ଦା ଆକାରରେ ଦେଇଥିବାବେଳେ ସେଥିରୁ ବିଜେପି ୮୯% ଅର୍ଥାତ୍‍ ୨୫୨ କୋଟି ଟଙ୍କା, କଂଗ୍ରେସ ୧୪.୯ କୋଟି ଟଙ୍କା ପାଇଥିଲେ। ବାକି ଟଙ୍କା ଶିରୋମଣି ଅକାଳୀ ଦଳ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକଦଳ ଓ ଆମ୍‍ ଆଦ୍‍ମୀ ପାର୍ଟି ପାଇଥିଲେ।
ଗତ ଅକ୍ଟୋବର ୧୫ ତାରିଖରେ ନିର୍ବାଚନ କମିଶନ୍‍ଙ୍କ ତରଫରୁ ମିଳିଥିବା ତଥ୍ୟାନୁଯାୟୀ, ଏ ବି ଜେନେରାଲ୍‍ ଇଲେକ୍ଟୋରାଲ୍‍ ଟ୍ରଷ୍ଟ ୨୦୧୭-୧୮ରେ ବିଜେପିକୁ ୧୨.୫ କୋଟି, ବିଜେଡିକୁ ୮ କୋଟି ଓ କଂଗ୍ରେସକୁ ୧ କୋଟି ଟଙ୍କା ଦେଇଛି। ଟ୍ରମ୍ପ ଇଲେକ୍ଟୋରାଲ୍‍ ଟ୍ରଷ୍ଟ ବିଜେପିକୁ ୧ କୋଟି, କଂଗ୍ରେସକୁ ୧ କୋଟି ଟଙ୍କା ଦେଇଥିବା ବେଳେ ଜନକଲ୍ୟାଣ ଇଲେକ୍ଟୋରାଲ୍‍ ଟ୍ରଷ୍ଟ ଏନ୍‍ସିପିକୁ ୫୦ ଲକ୍ଷ, ଜନଶକ୍ତି ଇଲେକ୍ଟୋରାଲ୍‍ ଟ୍ରଷ୍ଟ ଜାମ୍ମୁ-କାଶ୍ମୀର ନ୍ୟାଶ୍‍ନାଲ୍‍ କନ୍‍ଫେରେନ୍ସକୁ ୪୮ ଲକ୍ଷ ଟଙ୍କା ଦେଇଥିଲା। ଡିଏଲ୍‍ଏଫ୍‍ ଗ୍ରୁପ୍‍ ୫୦ କୋଟି ଟଙ୍କା ଦେଇଥିବା ବେଳେ କେଉଁ ଦଳ କେତେ ଟଙ୍କା ପାଇଛନ୍ତି ତାହା ଜଣାପଡ଼ିନାହିଁ। ଏମାନଙ୍କ ବ୍ୟତୀତ ଟରେଣ୍ଟ ଫାର୍ମାସ୍ୟୁଟିକାଲ୍‍ ଓ ଭାରତୀ ଏୟାରଟେଲ୍‍ ମଧ୍ୟ ରାଜନୈତିକ ପାଣ୍ଠି ଆକାରରେ ଚାନ୍ଦା ଦେଇଛନ୍ତି। ଏ ବି ଜେନେରାଲ୍‍ ଇଲେକ୍ଟୋରାଲ୍‍ ଟ୍ରଷ୍ଟକୁ ଅଲ୍‍ଟ୍ରାଟେକ୍‍ ସିମେଣ୍ଟ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀଜ୍‍ ଓ ଗ୍ରାସିମ୍‍ର ଅବଦାନ ରହିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories