www.samajalive.in
Saturday, December 6, 2025
19.1 C
Bhubaneswar

ଦୀପ ତଳ ଅନ୍ଧାର ; ବିଜୁଳି ଆଲୁଅରୁ ବଞ୍ଚିତ ଖିଣ୍ଡା ନୁଆଁ କଲୋନୀ ପଡା

ରେଙ୍ଗାଲି : ପ୍ରଥମେ ହୀରାକୁଦ ନଦୀ ବନ୍ଧ ଯୋଜନାରେ ବିସ୍ଥାପିତ । ଏହାପରେ ହିଣ୍ଡାଲକୋ କୋଇଲା ଖଣି ଯୋଗୁଁ ବିସ୍ଥାପିତ । ପୁଣି ଏନ୍ଏଲ୍ସି କୋଇଲା ଖଣି ଯୋଗୁଁ ବିସ୍ଥାପିତ ହୋଇ ୨୦୧୬ ମସିହାରେ ପୁର୍ନ ବସତି ସ୍ଥାପନ କରିଥିବା ରେଙ୍ଗାଲି ବ୍ଳକ୍ ଖିଣ୍ଡା ଗ୍ରାମର ନୁଆଁ କଲୋନି ପଡାର ଅଧିବାସୀ ବିଜୁଳି ଆଲୁଅ ରୁ ବଞ୍ଚିତ ଅଛନ୍ତି। ଖଣିଖଦାନ ,କଳକାରଖାନାରେ ସମୃଦ୍ଧ ରେଙ୍ଗାଲି ଶିଳ୍ପାଞ୍ଚଳରେ ବିକାଶର ଏହା ଅସଲ ସ୍ୱରୂପ କି ବୋଲି ସଚେତନ ନାଗରିକ ମହଲରେ ପ୍ରଶ୍ନ ହେଉଛି। । ୨୦୧୬ ମସିହାରୁ କଲୋନୀ ପଡାରେ ବିଦ୍ୟୁତ୍ ସଂଯୋଗ ପାଇଁ ଅଧିବାସୀମାନେ ଅନେକ ଥର ଦାବି କରି ଆସୁଥିଲେ ମଧ୍ୟ କୌଣସି ଫଳ ମିଳୁ ନାହିଁ। ବିଦ୍ୟୁତ୍ ଲାଇନ୍ ନଥିବାରୁ ପଡାବାସୀ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ନୁଆଁ କଲୋନୀ ପଡା ବାସିନ୍ଦାଙ୍କ ପାଇଁ ଲଣ୍ଠନ,ଡିବିରି ଆଲୁଅ ହିଁ ଭରସା। ଯଥାଶୀଘ୍ର ବିଦ୍ୟୁତ୍ ସଂଯୋଗର ବ୍ୟବସ୍ଥା କରିବା ପାଇଁ ୯ ତାରିଖ ମଙ୍ଗଳବାର ଦିନ କଲୋନୀପଡାର ଏକ ମହିଲା ପ୍ରତିନିଧି ଦଳ ରେଙ୍ଗାଲି ବିଡିଓ ଙ୍କୁ ସାକ୍ଷାତ କରି ଲୀଖିତ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡିଛି। ଉଲ୍ଲାସ ରୋହିଦାସ, ଭୁମିସୂତା ରୋହିଦାସ, ସୁଜାତା ରୋହିଦାସ, ଶାନ୍ତି ରୋହିଦାସ ପ୍ରମୁଖ ବହୁ ସଂଖ୍ୟକ ଆଦିବାସୀ ଉକ୍ତ ଦାବିପତ୍ରରେ ସ୍ୱାକ୍ଷର କରିଛନ୍ତି।। ବିଜୁଳି ଯୋଗାଉ ଥିବା ହିରାକୁଦ ନଦୀବନ୍ଧ ଯୋଜନାର ବିଶାଳ ଜଳଭଣ୍ଡାର ଖିଣ୍ଡା ଗ୍ରାମ ପାଖରେ ଅଛି। ଚତୁଃପାଶ୍ୱର୍ ବହୁରାଷ୍ଟ୍ରିୟ କମ୍ପାନୀର କଳକାରଖାନା, ଖଣି ଖାଦାନର ବିଜୁଳି ଆଲୁଅରେ ଝଲସି ଉଠୁଛି । କିନ୍ତୁ ବିଡମ୍ବନାର ବିଷୟ ଯେ ଦୀପ ତଳ ଅନ୍ଧାର ଭଳି ଖିଣ୍ଡା ନୁଆଁ କଲୋନୀ ପଡାରେ ବିଦ୍ୟୁତ୍ ସଂଯୋଗ ନାହିଁ । ପ୍ରଶାସନିକ ଅଧିକାରୀମାନେ ଏଥି ପ୍ରତି ଗୁରୁତ୍ୱ ଦେଇ ଶିଘ୍ର ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରିବାକୁ ଦାବି ହେଉଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories