ସମ୍ବଲପୁର: ନିଖିଳ ଉତ୍କଳ ହୈହୟ କ୍ଷତ୍ରିୟ ଶୌଣ୍ଢିକ ସମାଜର ଏକ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ହେଟେଲ ଗ୍ରାଣ୍ଡ ଶିବାରେ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି। ଏଥିରେ ରାଷ୍ଟ୍ରୀୟ ସଭାପତି ପ୍ରତାପ ଚନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରୀ ସଭାପତି ପୃଥୀବିରାଜ ବେହେରା, କୁନା ସାହୁ, ସୁନନ୍ଦା ଚୈଧୁରୀ, ସମ୍ବଲପୁର ଶୁଣ୍ଢି ସମାଜ ସଭାପତି ହରିଶଙ୍କର ନାଏକ ମଞ୍ଚାସୀନ ଥିଲେ। ଏଥିରେ ବିଭିନ୍ନ ପ୍ରସ୍ରଙ୍ଗରେ ଆଳୋଚନା କାରା ଯାଇ ସମାଜ କୁ ଏକଜୁଟ କରି ସମାଜ ର କେମିତି ଉନ୍ନତି ହେବ ସେ ବିଷୟରେ ଆଲୋଚନା କରା ଯାଇଥିଲା। ଏଥିରେ ବିଗତ କିଛି ଦିନ ପୂର୍ବେ ଦେଖା ଦେଇଥିବା ମନୋମାଳିନ୍ୟ ବିଷୟରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ମତାମତ ନେଲା ପରେ ଏକ ସମିତି କୁ ଏହାର ଖୁବ ଶୀଘ୍ର ସମାଧାନ କରିବା ପାଇଁ ଦାୟିତ୍ୱ ଦିଆ ଯାଇଥିଲା। ଏଥିରେ ରାଷ୍ଟ୍ରୀୟ ସଭାପତି ତଥା ରାଜ୍ୟ ପୃଷ୍ଟପୋଷକ ପ୍ରତାପ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ରାଜ୍ୟ କାର୍ୟ୍ୟକାରୀ ସଭାପତି ପୃଥୀବିରାଜ ବେହେରା, କୁନା ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ରାମକୁମାର ସାହୁ, ସମ୍ବଲପୁର ସଭାପତି ହରିଶଙ୍କର ନାଏକ, ସୋନପୁର ସଭାପତି ସତ୍ୟନାରାୟଣ ସାହୁ, ବଉଦ ସଭାପତି ଭୋଲାଗିରୀ ସାହୁ ରଖା ଯାଇଛି। ଏହି ସମିତି ଆପୋଷ ସମାଧାନ କରିବା ପାଇଁ ଖୁବ ଶୀଘ୍ର କାର୍ଯ୍ୟ କରିବା। ଏହି ସଭାରେ କାର୍ଯ୍ୟକାରିଣୀ ସଦସ୍ୟ ଡ. ପାଣ୍ଡବ ବେହେରା, ନବୀନ ସାହୁ, ଯଦୁମଣି ସାହୁ, ରାମକୁମାର ସାହୁ, ଶିବଶଙ୍କର ସାହୁ, ଦାଶରଥୀ ବେହେରା, ଉଦ୍ଦବ ବେହେରା ସହିତ ବରଗଡ଼, ସମ୍ବଲପୁର, ବଉଦ, ବଲାଙ୍ଗିର, ଝାରସୁଗୁଡା, ନୁଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଢେଙ୍କାନାଲ, ସୋନପୁର ଆଦି ବିଭିନ୍ନ ଜିଲା ରୁ ଜିଲା ସଭାପତି ଯୋଗ ଦେଇ ଥିଲେ। ସଭା ପରିଚାଲନା ରେ ସମ୍ବଲପୁର ଶାଖାର ଦାଶରଥି ବେହେରା, ସଂପାଦକ ସୋମନାଥ ବେହେରା, କୋଷାଧ୍ୟକ୍ଷ ଖଡ଼ିରତ୍ନ ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ସାମନ୍ତରାୟ, ଡ. ନରେନ୍ଦ୍ର ବେହେରା, ଧୁବେଇ ସାହୁ, ପ୍ରସନ୍ନ ସାହୁ ସହଯୋଗ କରିଥିଲେ।
Popular Categories



