ଢ଼େଙ୍କାନାଳ ସଦର: ଢ଼େଙ୍କାନାଳରେ ପୁଣି ମାତିଲା ଦନ୍ତା ହାତୀ। ଆକ୍ରମଣରେ ସଦର ରେଞ୍ଜ କରଡାମଡା ଗାଁର ୫୦ ବର୍ଷୀୟ ଶରତ ଦେହୁରୀଙ୍କ ମୃତ୍ୟୁ ଘଟିଛି। ଶରତ ସଉଦା ଆଣିବା ପାଇଁ ବଜାରକୁ ଯାଉଥିବା ବେଳେ ରାସ୍ତାରେ ହାତୀ ଆକ୍ରମଣ କରିଥିଲା। ଢ଼େଙ୍କାନାଳରେ ହାତୀ ଆକ୍ରମଣରେ ରୋକ ଲାଗୁନାହିଁ। ଗତ ୧୦ ଦିନ ଭିତରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି।
Popular Categories



