www.samajalive.in
Sunday, December 14, 2025
18.1 C
Bhubaneswar

ପୋଇପାଣିରେ ୨୪ ପ୍ରହରୀ ନାମଯଜ୍ଞ

ପାଟଣା: ଘଟଗାଁ ବ୍ଲକ ତୋରାଣୀପୋଖରୀ ପଞ୍ଚାୟତ ଅନ୍ତର୍ଗତ ପୋଇପାଣି ଗ୍ରାମରେ ମଇ ୭ରୁ ୧୦ ତାରିଖ ଯାଏ ଗୌରାଙ୍ଗ ମହାପ୍ରଭୁଙ୍କ ୨୪ ପ୍ରହର ଅଖଣ୍ଡ ମହାମନ୍ତ୍ର ନାମ ଯଜ୍ଞ ଧୁମଧାମରେ ଅନୁଷ୍ଠିତ ହେଉଛି। କେନ୍ଦୁଝର ଜିଲ୍ଲାକୁ ସର୍ଵ ପ୍ରଥମେ ମୟୁରଭଞ୍ଜ ଜିଲ୍ଲାର ଝିଅ ସଂକୀର୍ତନ ଦଳ ଆଣି ଚର୍ଚ୍ଚାରେ ଥିବା ପୋଇପାଣି ସଙ୍କୀର୍ତ୍ତନ ମଣ୍ଡଳୀ ପ୍ରତିବର୍ଷ ଗ୍ରାମବାସୀଙ୍କ ସହଯୋଗରେ ନାମ ଯଜ୍ଞକୁ ସବୁଦୃଷ୍ଟିରୁ ସଫଳ କରାଇ ଆସୁଛନ୍ତି। ପ୍ରତ୍ୟହ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ନାମ ଯଜ୍ଞ ଶୁଣିବା ସହ ପ୍ରସାଦ ସେବନରେ ସାମିଲ ହେଉଥିବା ଦେଖାଯାଉଛି। ପୋଇପାଣିରେ ୬ ତାରିଖ ଶୁଭାଧିବାସ ସହ ୭ ତାରିଖରୁ ୧୦ ଯାଏଁ ନାମଯଜ୍ଞ ଓ ୧୦ରେ ନଗର କୀର୍ତ୍ତନ ସହ ଉଦଯାପନ ପର୍ଵ ଅନୁଷ୍ଠିତ ହେବ। ଏଠାରେ ମୟୁରଭଞ୍ଜର କରକଚିଆ, ପାହାଡ଼ପୁର, ବାରିପଦା ନିକଟ କେରକୋର ଝିଅ ଦଳ ଓ ଝିନେଇ ନୂଆଗାଁ ଏବଂ ଗୁହାଳଡିହିର ପୁଅ ଦଳ ଏଠାରେ ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଷଣ କରୁଛନ୍ତି। ପୂଜକ ରଘୁନାଥ ପଣ୍ଡା ପୂଜାର୍ଚ୍ଚନା ଦାୟିତ୍ୱରେ ଥିବା ବେଳେ କର୍ତ୍ତା ଭାବେ ସନୁ ନାଏକ ଓ ଗୋପୀନାଥ ନାଏକ ଦାୟିତ୍ଵ ତୁଲାଉଛନ୍ତି। ଗତ କାଲି ବିଜେପି ନେତା ପୃଥ୍ୱୀରାଜ କୁଅଁର ପୋଇପାଣି ନାମଯଜ୍ଞରେ ସାମିଲ ହୋଇଥିବା ବେଳେ ଆଜି କଂଗ୍ରେସ ନେତା ତଥା ପୂର୍ବତନ ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories