www.samajalive.in
Friday, December 12, 2025
14.1 C
Bhubaneswar

କୁଲଡିହା ଅଭୟାରଣ୍ୟରୁ ସଶସ୍ତ୍ର ଶିକାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିର କୁଲଡିହା ଅଭୟାରଣ୍ୟ ଭିତରେ ଅବାଧରେ ପଶିଥିବା ଜଣେ ସଶସ୍ତ୍ର ଶିକାରୀକୁ ବନବିଭାଗ ଗିରଫ କରିଛି। ସୋର ଥାନା ବାଗୁଡ଼ି ନିକଟସ୍ଥ ଗୁଡ଼ିଖୋଳା ଗାଁର ଗୌତମ କଟୁଆଳ (୨୭) ଓ ଅନ୍ୟ ୨ଜଣ ସହଯୋଗୀ ଶିକାରୀଙ୍କ ସହ ଅଭୟାରଣ୍ୟର ହାତୀଖୋଲିଆ ବିଟ୍‍ ଅଧୀନ ଦୋହଲା ଜଙ୍ଗଲକୁ ପଶିଥିଲେ। ଏହି ଜଙ୍ଗଲର ୩ଟି ସ୍ଥାନରେ ସେମାନେ ବାର୍‍ହା ଫାଶ ବସାଇଥିଲେ। କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ ଜେନାଙ୍କ ନିର୍ଦେଶରେ ବନପାଳ ପଦ୍ମାବତୀ ବେହେରା, ବନରକ୍ଷୀ ଜୟନ୍ତ ପ୍ରଧାନ, କୁଳମଣି ମହାପାତ୍ର ପ୍ରମୁଖ ପାଟ୍ରୋଲିଂ କରୁଥିବା ସମୟରେ ସମ୍ପୃକ୍ତ ଶିକାରୀକୁ କାବୁ କରାଯାଇଛି। ଅନ୍ୟ ଦୁଇ ଶିକାରୀ ଫେରାର ହୋଇଛନ୍ତି। ଗିରଫ ଶିକାରୀଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଳା ବାରୁଦ, ଶିକାରୀ ଟର୍ଚ୍ଚ, ୩ଟି ବାର୍‍ହା ଫାଶ ଜବତ କରାଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories