www.samajalive.in
Wednesday, December 10, 2025
26.1 C
Bhubaneswar

ଜନ ଅଧିକାର ଅଭିଯାନ ପାଳନ ପାଇଁ ପୋଷ୍ଟର ଲଗାଇଲେ ମାଓବାଦୀ

ଭବାନୀପାଟଣା: କିଛି ଦିନର ନୀରବତା ପରେ ପୁଣି ଥରେ ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହରି କରିଛନ୍ତି ଲଲବାହୀନି।  କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣା ଠାରୁ ମାତ୍ର ୫ କିଲୋମିଟର ଦୂରରେ ମାଓବାଦୀ ମାନେ ବିଭିନ୍ନ ସ୍ଥାନରେ ମାଓପୋଷ୍ଟର ଲଗାଇଛନ୍ତି। ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଚଳିତ ମାସ ମେ ୮ତାରିଖ ରୁ ୧୪ ତାରିଖ ଯାଏଁ ମାଓବାଦୀଙ୍କ ଜନ ଅଧିକାର ଅଭିଯାନ ରୂପେ ପାଳନ କରିବାକୁ  ମାଓବାଦୀ ମାନେ ଏହି ପୋଷ୍ଟର। ଜରିଆରେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

କଳାହାଣ୍ଡି ଜିଲା ଭବାନୀ ପାଟଣା ଠାରୁ ମାତ୍ର ୫ କିଲୋମିଟର ଦୂର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଟଭଟା ଛକରେ ବିଭିନ୍ନ ପିଲର, ସାଇନ୍ ବୋର୍ଡ ଓ ଦୋକାନ କାନ୍ଥରେ  ଲାଗିଛି ମାଓବାଦୀଙ୍କ ପୋଷ୍ଟର। କଳାହାଣ୍ଡି , କନ୍ଧମାଳ, ବୌଦ୍ଧ, ନୟାଗଡ଼ , ରାୟଗଡ଼ା, ଗଜପତି ଓ ଗଞ୍ଜାମ ପ୍ରଭୃତି ଜିଲାରେ ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି । ୧୨ଦଫା ନେଇ ସିପିଆଇ ମାଓବାଦୀ ପକ୍ଷରୁ ପକ୍ଷରୁ ପୋଷ୍ଟର ମରାଯାଇଛି ।

- Advertisement -

ସିପିଆଇ(ମାଓବାଦୀ), ପୁର୍ବି ସବ ଜୋନାଲ ବ୍ୟରୋର ଦ୍ୱାରା ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ ଆସନ୍ତା ମେ’ ୮ ରୁ ୧୪ ଜନ ଅଧିକାର ଅଭିଯାନ ଓ ମଇ ୧୫ ରୁ ୭ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ନୟାଗଡ, ଗଜପତି ଓ ଗଞ୍ଜାମ ୨୪ଘଣ୍ଟିଆ ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories