www.samajalive.in
Thursday, December 11, 2025
15.1 C
Bhubaneswar

କେରଳରେ ଡଙ୍ଗାବୁଡ଼ି ଘଟଣା : ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ତିରୁଅନନ୍ତପୁରମ୍ : କେରଳର ମାଲାପୁରମ୍‌‌ ଜିଲ୍ଲା ତନୁର୍‌‌ ନିକଟସ୍ଥ ଅତୁମବ୍ରାମ୍‌‌ ଥୋବାଲ୍‌‌ ଥେରାମ୍‌‌ଠାରେ ଏକ ପର୍ଯ୍ୟଟକ ଡଙ୍ଗା ବୁଡ଼ିଯିବାରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କ ଭିତରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ଆହତ ହୋଇଥିବା ଅନେକ ପର୍ଯ୍ୟଟକଙ୍କୁ ସେହି ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଡଙ୍ଗାରେ ୩୫ ଜଣ ପର୍ଯ୍ୟଟକ ଥିବାର ଖବର
ମିଳିଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ଓ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆରବ ସାଗର ସହ ନଦୀର ମିଶ୍ରଣ ସ୍ଥାନରେ ଡଙ୍ଗାଟି ରବିବାର ସନ୍ଧ୍ୟା ବେଳେ ବୁଡ଼ି ଯାଇଥିଲା । ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଯାଉଥିବା ଜଣାପଡ଼ିଛି।  ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍‌‌ ଏହି ଦୁର୍ଘଟଣାରେ ଘୋର ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଜି ସେ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି ।
କେରଳର ନୌକା ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ନୌକା ଦୁର୍ଘଟଣାରେ ଲୋକମାନଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ । ମୃତକମାନଙ୍କ ପରିବାରଗୁଡ଼ିକୁ ସେ ସମବେଦନା ଜଣାଇଛନ୍ତି ଏବଂ ଶୋକ ବ୍ୟକ୍ତ କରିଛନ୍ତି । ଆହତ ଲୋକମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ରାଷ୍ଟ୍ରପତି ବାର୍ତ୍ତା ପଠାଇଛନ୍ତି ।
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ନୌକା ବୁଡ଼ି ଘଟଣାରେ ଲୋକମାନଙ୍କର ଜୀବନହାନୀ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଶୋକ ସନ୍ତପ୍ତ ପରିବାରଗୁଡ଼ିକ ପ୍ରତି ସେ ଗଭୀର ଦୁଃଖ ଜଣାଇବା ସଙ୍ଗେ ସଙ୍ଗେ ସମସ୍ତଙ୍କର ନିରାପଦରେ ଉଦ୍ଧାର ଓ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଘୋର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୃତକମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories