www.samajalive.in
Monday, December 8, 2025
13.1 C
Bhubaneswar

ଅନୁଗୁଳରେ ନାବାଳିକାଙ୍କୁ ତଣ୍ଟି କାଟି ହତ୍ୟା କଲା ଦୁର୍ବୃତ୍ତ

ଭୁବନେଶ୍ୱର ଡେସ୍କ/ଅନୁଗୁଳ – ଅନୁଗୁଳ ସହର ନିକଟସ୍ଥ କୁଇଓ ଗ୍ରାମରେ ଜଣେ ନାବିଳାକୁ ଦୁର୍ବୃ୍ତ୍ତ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ତାଙ୍କ ମାଆଙ୍କ ସହ ଘରେ ରହିଥିବା ବେଳେ ଦୁର୍ବୃତ୍ତ ଘରେ ଧସେଇ ପଶିଥିଲା ।
ମୃତ ନାବାଳିକାର ମାଆଙ୍କୁ ଧକ୍କା ମାରି ଝିଅର ତଣ୍ଟିକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ ।

ସେଠାରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଘର ଲୋକ ତୁରନ୍ତ ତାକୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।

- Advertisement -

ସୂଚନାଯୋଗ୍ୟ ସୋମଵାର ସକାଳେ ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁଇଓ ଗ୍ରାମରେ ଘଟିଯାଇଥିବା ଏକ ଆଭାବନିଅ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଛି।ଜଣେ ନାବାଳିକାକୁ ଆଜି ସକାଳ ସମୟରେ ଜଣେ ଯୁବକ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ କିଛି ବର୍ଷ ପୂର୍ବରୁ ଡ଼ଅଁରା ଗ୍ରାମରୁ ଆସି କୁଇଓ ଗ୍ରାମରେ ଘରକରି ରହୁଥିବା ଏକ ପରିବାରର ନାବାଳିକା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ଅନୁଗୁଳ କଣିହାଁ ଅଞ୍ଚଳର ବଡ଼ ଗୁଣ୍ଡୁରି ଗ୍ରାମର ରଞ୍ଜନ ବେହେରା ଆଜି ସକାଳ ସମୟରେ ନାବାଳିକା ଘରକୁ ଯାଇ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା।ହତ୍ୟା କରି ଅଭିଯୁକ୍ତ ରଞ୍ଜନ ଫେରାର ହୋଇଯାଇଥିବା ଜଣାପଡିଛି।ନାବାଳିକା କୁ ତାଙ୍କ ପରିବାର ଲୋକ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ସେଠାରେ ନାବାଳିକା କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଖବର ପାଇ ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।ନାବାଳିକା ର ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଦୋଷୀକୁ ଗିରଫ କରିବାକୁ ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି।ତେବେ ହତ୍ୟା କାରୀକୁ ଗିରଫ କରାଯିବା ପରେ ହତ୍ୟାକାଣ୍ଡ ପଛରେ ଥିବା କାରଣର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ସଦର ଥାନା ଆଇ ଆଇ ସି ସତ୍ୟବ୍ରତ ରାଉତ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories