www.samajalive.in
Friday, December 12, 2025
16.1 C
Bhubaneswar

ହଳଦୀ ଚାଷ ଓ ଚାଷୀଙ୍କ ସୁରକ୍ଷା ନେଇ ବୈଠକ

ଫୁଲବାଣୀ/ଦାରିଙ୍ଗବାଡ଼ି:କନ୍ଧମାଳ ଜିଲା ଦାରିଙ୍ଗବାଡି ସ୍ଥିତ ସାରିଙ୍ଗିଇର୍ପି ସଭାଗୃହ ଠାରେ କନ୍ଧମାଳ ହଳଦୀ ଚାଷୀ ସଂଗଠନ ଓ ଦାରିଙ୍ଗବାଡି କୃଷକ ମହାସଂଗଠନ ପକ୍ଷରୁ ହଳଦୀ ଚାଷ ଓ ଚାଷୀଙ୍କ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲିଆସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି କନ୍ଧମାଳ ହଳଦୀ ଚାଷ ଓ ଚାଷ ସୁରକ୍ଷା ସଂଗଠନର ସଭାପତି ପ୍ରତାପ ପ୍ରଧାନ କାର୍ଯ୍ୟକ୍ରମରେ ବେସିସ୍କର ରାଜ୍ୟ ମୁଖ୍ୟ ସୁଶାନ୍ତ କୁମାର ନାୟକ, ଟିକାବାଲି ବ୍ଲକ ହଳଦୀ ଚାଷ ସଂଗଠନର କାର୍ଯ୍ୟକାରୀ ସଦସ୍ୟ ପ୍ରଫୁଲ ଦିଗାଲ, ଜି. ଉଦୟଗିରି ଏନଏସିର କାଉନସିଲାର ଯାକେଶ ପ୍ରଧାନ, ପ୍ରଡୁସର କମ୍ପାନୀର ସଭାପତି ମିନୁରା ପ୍ରଧାନ, କୃଷକ ସଙ୍ଘର ସଭାପତି ସନ୍ତୋଷ ପ୍ରଧାନ, ଜୟରାମ ପ୍ରଧାନ,ରମାକାନ୍ତ ପ୍ରଧାନ, ନୀଳାମ୍ବର ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ କନ୍ଧମାଳ ହଳଦୀ ଭାରତ ସରକାରଙ୍କ ଦ୍ୱାରା ଭୌଗୋଳିକ ସୂଚକ ମାନ୍ୟତା ପାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ହଳଦୀ ମୂଲ୍ୟ ବୃଦ୍ଧି ହେଉନାହିଁ। ଚାଷୀମାନେ ଶାଗ ମାଛ ଦରରେ ହଳଦୀ ବିକ୍ରି କରୁଛନ୍ତି। ହଳଦୀ ଚାଷ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ତାହାର ଉଚିତ ମୂଲ୍ୟ ପାଇବାରୁ ଚାଷୀ ଆଜି ବଞ୍ଚିତ ହେଉଛନ୍ତି ଚାଷୀ ଯେତିକି ପରିଶ୍ରମ କରୁଛି ସେ ଅନୁସାରେ ନିଜର ପ୍ରାପ୍ୟ ପାଉ ନାହାଁନ୍ତି ଏନେଇ ବାରମ୍ବାର ଦାବୀ ହେଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି ।

- Advertisement -

ଏନେଇ ଗୁରୁବାର ହଳଦୀ ଚାଷୀ ସଙ୍ଘଠନ ତରଫରୁ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପ୍ରତିଙ୍କ ଉଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ଦାରିଙ୍ଗବାଡ଼ି ବିଡିଓ ଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ହଳଦୀ ର ସର୍ବନିମ୍ନ କିଲୋ ପିଛା ଦର ୧୦୦ ଟଙ୍କା , ଚାଷୀ ଙ୍କୁ ଆର୍ଥିକ ପ୍ରୋତ୍ସାହନ, ପ୍ରତ୍ୟେକ ପଞ୍ଚାୟତରେ ମଣ୍ଡି ବ୍ୟବସ୍ଥା, ଦାରିଙ୍ଗବାଡି ଓ ରାଇକିଆ ରେ ହଳଦୀ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା, ବିନା ସୁଧରେ ରୁଣ ପ୍ରଦାନ, ଚାଷୀ ଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବିମା ଓ ୫ ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ, ବିନା ମୂଲ୍ୟରେ କୃଷି ଯନ୍ତ୍ରପାତି ପ୍ରଦାନ, ହଳ କରିବା ପାଇଁ ୨ ଗୋଟି ବଳଦ ପ୍ରଦାନ, ହଳଦୀ ଚାଷୀ ପିଲାଙ୍କୁ ସ୍ଵତନ୍ତ୍ର ଭାବରେ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଓ କସମ୍ ଅନୁଷ୍ଠାନ ବ୍ୟବସାୟଙ୍କ ଠାରୁ ହଳଦୀ ନକିଣି ସିଧା ସଳଖ ଚାଷୀଙ୍କ ଠାରୁ ହଳଦୀ କ୍ରୟ କରିବା ଭଳି ଦାବି ଉଲେଖା ଏନେଇ ଉକ୍ତ ଦାବିପତ୍ର ଦାରିଙ୍ଗବାଡି ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ଆଲୋଚନା କରାଯାଇଥିଲା ।ଆଗାମୀ ଦିନରେ ରାଜ୍ୟ ସରକାର ଏଥି ପ୍ରତି ଗୁରୁତ୍ୱ ନଦେଲେ ହଳଦୀ ଚାଷୀ ମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories