ଶନିବାର ଏହି ଭୁଲ୍ କରୁଥିଲେ ; ସାବଧାନ..
ସପ୍ତାହର ପ୍ରତ୍ୟେକ ବାର ଦେବାଦେବୀଙ୍କୁ ସମର୍ପିତ। ସେହି ଦିନ ଦେବୀଦେବତାଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଶନିବାର ଦିନ ନ୍ୟାୟର ଦେବତା ଶନିଦେବଙ୍କ ଆରାଧନା କରାଯାଇଥାଏ। ଏହି ଦିନ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ମାନ୍ୟତା ଅନୁଯାୟୀ ଏହି ଦିନ ଏଭଳି କେତେକ ଜିନିଷ ରହିଛି, ଯାହାକୁ କିଣିବା ଦ୍ୱାରା ଶନିଦେବ ଅସନ୍ତୋଷ ହୋଇଥାଆନ୍ତି। ଜାଣନ୍ତୁ..
ଶାସ୍ତ୍ର ଅନୁଯାୟୀ, ଶନିବାର ଦିନ ଲୁହା ଜିନିଷ ଆଦୌ କିଣିବା ଉଚିତ ନୁହେଁ। ଲୁହା କିମ୍ବା ଲୁହାରେ ତିଆରି ଜିନିଷ କିଣି ଘରକୁ ଆଣନ୍ତୁ ନାହିଁ। ଏହାଦ୍ୱାରା ଶନିଦେବ କ୍ରୋଧିତ ହୋଇଥାଆନ୍ତି।
ଶନିବାର ଦିନ ଲୁଣ ମଧ୍ୟ କିଣିବା ଉଚିତ ନୁହେଁ। ମାନ୍ୟତା ଅନୁଯାୟୀ, ଶନିବାର ଦିନ ଲୁଣ କିଣିବା ଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ। ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ। ତେଣୁ ଏହି ଦିନ ଲୁଣ କିଣନ୍ତୁ ନାହିଁ।
ଶନିବାର ଦିନ କଳାରାଶି ମଧ୍ୟ କିଣନ୍ତୁ ନାହିଁ। ମାନ୍ୟତା ଅନୁଯାୟୀ ଏହି ଦିନ କଳାରାଶି କିଣିବା ଦ୍ୱାରା କାର୍ଯ୍ୟରେ ବାଧା ଲାଗି ରହିଥାଏ। ଏହି ଦିନ କଳାରାଶି ଓ ସୋରିଷ ତେଲରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ତେଣୁ ଏହି ଦିନ କଳାରାଶି କିଣିବା ଉଚିତ ନୁହେଁ।
ଶନିବାର ଦିନ କଳାରଙ୍ଗର ଜୋତା କିଣନ୍ତୁ ନାହିଁ। ମାନ୍ୟତା ଅନୁଯାୟୀ, ଏହି ଦିନ କଳାରଙ୍ଗର ଜୋତା ପିନ୍ଧିବା ଓ କିଣିବା ଦ୍ୱାରା କାର୍ଯ୍ୟରେ ଅସଫଳତା ମିଳିଥାଏ।
Comments are closed.