ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ନିବାସୀ ଜଣେ ବ୍ୟକ୍ତିଙ୍କୁ ଚାକିରୀ ଆଳରେ ଲକ୍ଷାଧିକ ଟଙ୍କାର ସାଇବର ଠକେଇ କରାଯାଇଥିବାର ଅଭିଯୋଗ ଥାନାରେ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଏକ ଘରୋଇ ବ୍ୟାଙ୍କରେ ବୀମା ପରିଚାଳକ ରୂପେ କାର୍ଯ୍ୟରତ ସଂଗ୍ରାମ କେଶରୀ ଦାସ ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ହ୍ୱାଟ୍ସଅଫ ଜରିଆରେ ଚାକିରିର ଅଫର ଆସିଥିଲା। ଏଣୁ ବ୍ୟକ୍ତି ଜଣକ ହ୍ୱାଟ୍ସଅଫ ଜରିଆରେ ଚାଟିଂ କରିବା ସହିତ ଫିସ ବାବଦରେ ଅପର ପାର୍ଶ୍ବରୁ ଆସିଥିବା ପରାମର୍ଶ ଅନୁଯାୟୀ କିଛି ଟଙ୍କା ପଇଠ କରିଥିଲେ। ଏହା ପରେ ସାଇବର ଠକ ଜଣକ ତାଙ୍କ ଠାରୁ କୌଶଳ କ୍ରମେ ବ୍ୟାଙ୍କର ଗୁପ୍ତ ତଥ୍ୟ ହାସଲ କରିବା ପରେ ତାଙ୍କର ଆକାଉନ୍ଟରୁ ପର୍ଯ୍ୟାୟ କ୍ରମେ ୧ ଲକ୍ଷ ୧୩ ହଜାର ଟଙ୍କାର ଠକେଇ କରି ନେଇଛନ୍ତି। ଏ ସମ୍ପର୍କରେ ପିଡିତ ବ୍ୟକ୍ତି ଜାଣିବା ପରେ ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ପୁଲିସ କରୁଛି।
Popular Categories



