www.samajalive.in
Friday, December 12, 2025
26.1 C
Bhubaneswar

୧୯ ଗ୍ରାମ ଧଳା ଜହର ସମେତ ନିଶା କଫ ସିରଫ ଜବତ, ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁର ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ରାତ୍ରିରେ ଚଢ଼ଉ କରାଯାଇଥିଲା। ସମ୍ବଲପୁର ସହରର ସୁନାପାଲି ଅଞ୍ଚଳରେ ବେଆଇନ ଭାବରେ ନିଶା କାରବାର ଚାଲିଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଇନିସ୍ପକ୍ଟର ଶଶିକାନ୍ତ ଦତ୍ତ ଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ବ୍ୟକ୍ତି ନିଶା ସାମଗ୍ରୀ ଗୁଡିକ ସହିତ ଫେରାର ମାରୁଥିବା ବେଳେ ଅବକାରୀ ଦଳ ତାକୁ ଗୋଡାଇ ଗୋଡାଇ ଧରିଥିଲା। ଧରାପଡ଼ିଥିବା ଅଭିଯୁକ୍ତ ମହମ୍ମଦ ନସିମ (ଗୁଡ୍ଡୁ) ଙ୍କ ନିକଟରୁ ଅବକାରୀ ଦଳ ଚଢ଼ଉ ସମୟରେ ବ୍ରାଉନ ସୁଗାର (ଧଳା ଜହର) ୧୯ ଗ୍ରାମ ଓ ୧୨୫ଟି ନିଶା କଫ ସିରଫ ଜବତ କରି ତାଙ୍କୁ ଗିରଫ କରିଥିଲା। ଜବତ ହୋଇଥିବା ନିଶା ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ। ଅଭିଯୁକ୍ତ ପଡୋଶୀ ରାଜ୍ୟ ପଶ୍ଚିମ ବଙ୍ଗ ରୁ ଏହି ନିଶା ସାମଗ୍ରୀ ଗୁଡିକ ଅବୈଧ୍ୟ ରୂପେ ଚାଲାଣ କରି ସମ୍ବଲପୁରକୁ ଆଣିବା ପରେ ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବରେ ବିକ୍ରି କରୁଥିଲା ବୋଲି ଅବକାରୀ ବିଭାଗ ଅଧିକ୍ଷକ ଅଶୋକ କୁମାର ସେଟ କହିଛନ୍ତି। ଏ ସମ୍ପର୍କରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ଶୁକ୍ରବାର ଅଦାଲତକୁ ଚାଲାଣ କରିଛି। ଅପରପକ୍ଷରେ ଗତ ମାସ ୨୬ ତାରିଖରେ ମଧ୍ୟ ସୁନାପାଲି ଅଞ୍ଚଳରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨୩୦ଟି ନିଶା କଫ ସିରଫ ଓ ୩୦୦ ଟି ନିଶା ବଟିକା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସମ୍ବଲପୁର ଅଞ୍ଚଳରେ ବ୍ରାଉନ ସୁଗାର, ନିଶା କଫ ସିରଫ, ବଟିକା, ମଦ ଆଦି ବିଭିନ୍ନ ପ୍ରକାରର ନିଶାର କାରବାର ଜୋରସୋରରେ ଚାଲିଥିବା ବେଳେ ବାରମ୍ବାର ଚଢ଼ଉ ଅଭିଯାନ ସତ୍ୱେ ଏଥି ଉପରେ ଅଙ୍କୁଶ ଲଗାଇବାରେ ବିଶେଷ ସଫଳତା ବିଭାଗ କୁ ମିଳି ପାରୁ ନ ଥିବା ପରିଲକ୍ଷିତ ହେଉଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories