www.samajalive.in
Sunday, December 14, 2025
14.1 C
Bhubaneswar

ବିପ୍ଳବୀ ଧରଣୀଧର ହେଉଛନ୍ତି ଜନଜାତି ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ

ଭୁବନେଶ୍ୱର: ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ, କେନ୍ଦୁଝର ନାଗରିକ ପରିଷଦ, ଭୁବନେଶ୍ୱର ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି, ଭୁବନେଶ୍ୱର ତରଫରୁ ଏହି ସତ୍ୟନିଷ୍ଠ ସଂଗ୍ରାମୀଙ୍କୁ ସ୍ଥାନୀୟ ଇଏସ୍‌ଆଇ ହସ୍ପିଟାଲ ଅବସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦେଶକ (କ୍ଷେତ୍ର) ସୂଚେତା ପ୍ରିୟଦର୍ଶିନୀ, କେନ୍ଦୁଝର ଜିଲାର ବିଭିନ୍ନ ସାମାଜିକ-ସାଂସ୍କୃତିକ ଓ ସାହିତ୍ୟିକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ବ୍ୟକ୍ତି ଓ ବିଭାଗୀୟ ଅଧିକାରୀମାନେ ବିପ୍ଳବୀ ଧରଣୀଧରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

- Advertisement -

ବିପ୍ଳବୀ ଧରଣୀଧର ହେଉଛନ୍ତି ଜନଜାତି ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ। ଇଂରେଜ ଓ ରାଜତନ୍ତ୍ରର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସେ ଯେଉଁ ବିଦ୍ରୋହ କରିଥିଲେ ସେଥିରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ସଂଗ୍ରାମୀମାନେ ସାମିଲ ହୋଇଥିଲେ। ଏହି ବିଦ୍ରୋହ ଅତ୍ୟନ୍ତ ବ୍ୟାପକ ଏବଂ ପ୍ରଭାବଶାଳୀ ହୋଇଥିଲା ଏବଂ ଅତ୍ୟାଚାରୀମାନଙ୍କ ନିଦ ହଜାଇ ଦେଇଥିଲା। ଇଂରେଜ ସରକାର ଧରଣୀଧରଙ୍କୁ କୂଟନୀତି କରି ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କାରାମୁକ୍ତ ହେବା ପରେ ଧରଣୀଧର ସନ୍ନ୍ୟାସକୁ ଆଦରି ନେଇଥିଲେ। ଏଭଳି ଜଣେ ମହାନ ବିପ୍ଳବୀଙ୍କ ଜୀବନକାହାଣୀ ଉତ୍ତରପିଢ଼ି ଜାଣିବା ଉଚିତ ବୋଲି ଅତିଥିମାନେ ଏହି ଅବସରରେ ପ୍ରକାଶ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories