www.samajalive.in
Saturday, December 6, 2025
23.1 C
Bhubaneswar

ପୋଖରୀ ପାଣିରେ ବୁଡି ଶିଶୁ ଗୁରୁତର

କଲମପୁର : କଲମପୁର ବ୍ଲକ ଅଧିନସ୍ତ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମଠାରେ ଅଘଟଣ ଘଟିଛି । ଶୁକ୍ରବାର ସକାଳେ ଜଣେ ଶିଶୁ ସାଙ୍ଗ ମାନଙ୍କ ସହ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ପାଣିରେ ବୁଡି ଗୁରୁତର ହେବା ପରେ ତାଙ୍କୁ କିଛି ଲୋକ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ନିକଟରେ ଥିବା ବନ୍ଧକନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସୌଭାଗ୍ୟବଶତଃ ଏକ ବଡ ଅଘଟଣରୁ ଶିଶୁଟି ବର୍ତି ଯାଇଛି।
ସୂଚନା ଅନୁସାରେ ଟେମରା ଗ୍ରାମର ଧର୍ମୁ ରାଉତଙ୍କ ୧୧ ବର୍ଷିୟ ପୁଅ ସୁଧାଂଶୁ ହାରାମାଲ ପଂଚାୟତ ପଡାରେ ଥିବା ନିଜ ସମ୍ପର୍କୀୟ ଲକ୍ଷ୍ମୀଧର ରାଉତଙ୍କ ଘରକୁ କୁଣିଆ ଆସିଥିଲେ । ଶୁକ୍ରବାର ସକାଳ ସାଢେ ୧୦ଟା  ବେଳେ କିଛି ସାଙ୍ଗଙ୍କ ସହ ନିକଟରେ ଥିବା ବ୍ରାହ୍ମଣକେନ୍ଦୁଗୁଡାର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡିଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରକାଶ ନିଆଲ ନାମକ ବ୍ୟକ୍ତି ଉଦ୍ଧାର କରିଥିଲେ। ପରବର୍ତି ସମୟରେ ପୂର୍ବତନ ସରପଂଚ ସଞ୍ଜୀବ ଠାକୁରଙ୍କ ସହଯୋଗରେ ନିକଟରେ ଥିବା ବନ୍ଧକନା ନୁତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ତୁରନ୍ତ ଚିକିତ୍ସା ଯୋଗୁଁ ଶିଶୁଟିର ଅବସ୍ଥା ସ୍ୱଭାବିକ ହୋଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories