ପାଟନା : ନୀତୀଶ କୁମାରଙ୍କ ନେତୃତ୍ବାଧୀନ ବିହାରର ମହାଗଠବନ୍ଧନ ସରକାର ରାଜ୍ୟରେ ଜାତିଭିତ୍ତିକ ସର୍ଭେ କରୁଥିବାବେଳେ ଗୁରୁବାର ଏହା ଉପରେ ରହିତାଦେଶ ଜାରି କରିଛନ୍ତି ପାଟନା ଉଚ୍ଚ ନ୍ୟାୟାଳୟ।
ଜାତିଭିତ୍ତିକ ସର୍ଭେ ବିରୋଧରେ ୩ଟି ଜନସ୍ବାର୍ଥ ମାମଲା ଉଚ୍ଚ ନ୍ୟାୟାଳୟରେ ରୁଜୁ େହାଇଥିବା ବେଳେ ମୁଖ୍ୟ ବିଚାରପତି କେ. ବିନେତା ଚନ୍ଦ୍ରନ୍ ଓ ବିଚାରପତି ମଧୁରେଶ ପ୍ରସାଦଙ୍କ ପୀଠ ଗୁରୁବାର ଶୁଣାଣି କରି ସର୍ଭେକୁ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସର୍ଭେରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ତଥ୍ୟ ମିଳିଛି ତାହାକୁ ସଂରକ୍ଷିତ କରି ରଖିବାକୁ ପୀଠ ନିର୍ଦେଶ ଦେଇଛନ୍ତି। ଜୁଲାଇ ୩ରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ପୀଠ କହିଛନ୍ତି। ଦିନୁ କୁମାର ନାମକ ଜଣେ ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ ଜାତିଭିତ୍ତିକ ସର୍ଭେ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ କ୍ଷମତା ନାହିଁ। ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ୍। ଅନ୍ୟପକ୍ଷରେ ଜାତିଭିତ୍ତିକ ସର୍ଭେକୁ ନେଇ ଦେଖା ଦେଇଥିବା ଅସନ୍ତୋଷ ତାଙ୍କୁ ଚକିତ କରିଥିବା ଗୁରୁବାର ନୀତୀଶ କହିଛନ୍ତି।
ଜାତିଭିତ୍ତିକ ସର୍ଭେ ଉପରେ ପାଟନା ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ
Popular Categories



