www.samajalive.in
Friday, December 12, 2025
15.1 C
Bhubaneswar

ଭାରତରେ ପାକ୍ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ : ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ମେ ୪ ଓ ୫ ତାରିଖ ଦୁଇଦିନ ଧରି ଗୋଆରେ ଏହି ବୈଠକ ଅନୁଷ୍ଠିତ ହେଉଛି । ଭାରତରେ ପହଞ୍ଚିବା ପରେ ବିଲାୱଲ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କର ଏହି ଗସ୍ତ ଏସ୍‌ସିଓ ପ୍ରସଙ୍ଗରେ ସୀମିତ ରହିବ। ଏହା ସହିତ ବନ୍ଧୁ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଭାରତରେ ଆୟୋଜିତ ଏସ୍‌ସିଓ ବୈଠକରେ ଯୋଗଦେବାକୁ ତାଙ୍କର ଏହି ଗସ୍ତ ଏସସିଓ ସନନ୍ଦ ପ୍ରତି ପାକିସ୍ତାନର ପ୍ରତିଶ୍ରୁତିବଦ୍ଧତାକୁ ସୂଚୀତ କରୁଛି। ବୈଠକ ବେଶ ସଫଳ ରହିବା ନେଇ ସେ ଆଶା ବ୍ୟକ୍ତ କରିଛନ୍ତି। ୨୦୧୧ ମସିହା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ଭାରତ ଗସ୍ତ। ସୀମାପାର ଆତଙ୍କବାଦକୁ ନେଇ ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ଲାଗି ରହିଥିବାବେଳେ ବିଲାୱଲଙ୍କ ଭାରତ ଗସ୍ତ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି।
ଅନ୍ୟପଟେ ଏସସିଓ ​‌ବୈଦେଶିକ ମନ୍ତ୍ରୀ ସମ୍ମିଳନୀ ଅବସରରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ଚୀନ, ରୁଷ୍ ଓ ଉଜ୍‌ବେକିସ୍ତାନ ପ୍ରତିପକ୍ଷଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଚୀନ ବୈଦେଶିକ ମନ୍ତ୍ରୀ କ୍ବି ଗାଙ୍ଗଙ୍କ ସହିତ କଥାବାର୍ତ୍ତା କାଳରେ ଜୟଶଙ୍କର ଦ୍ବିପାକ୍ଷିକ ସମ୍ପର୍କକୁ ସ୍ବାଭାବିକ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏହା ସହିତ ବାସ୍ତବ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ବିବାଦକୁ ସମାଧାନ କରିବାକୁ କହିଥିଲେ। ତେବେ ବିଲାୱଲଙ୍କ ସହିତ ଜୟଶଙ୍କର କୌଣସି ଦ୍ବିପାକ୍ଷିକ କଥାବାର୍ତ୍ତା ହେବାର ଯୋଜନା ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories