www.samajalive.in
Saturday, December 6, 2025
15.1 C
Bhubaneswar

ଲୁଣିବାହାଲ ପଂଚାୟତରେ ମନରେଗା ଦୁର୍ନୀତି ପ୍ରସଙ୍ଗ ; ବୈଷୟିକ ଟିମର ତଦନ୍ତ ଆରମ୍ଭ

ହରଭଙ୍ଗା : ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ବୁଧୁବାର ୪ଜଣିଆ ଟେକ୍ନିକାଲ (ବୈଷୟିକ) ଟିମ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପରିଷଦ ଡେପୁଟି କାର୍ଯ୍ୟନିବାହୀ ଅଧିକାରୀ ଲକ୍ଷ୍ମୀଧର ସିଂଙ୍କ ନେତୃତ୍ୱରେ ଆସିଥିବା ୪ଜଣିଆ ବୈଷୟିକ ଟିମ ପକ୍ଷରୁ ଭୁକ୍ତା ସାହି ରାସ୍ତା, କନ୍ୟାଶ୍ରମ ଖେଳପଡିଆ, ଶୌଚାଳୟ, ବନ୍ଧ, ଗଭୀରକୂପ ଭଳି ୧୦ଟି ମନରେଗା ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଟେକ୍ନିକାଲ ଯାଂଚ କରାଯାଇଛି। ବର୍ଷା ଯୋଗୁଁ ଆଜି ସବୁ ପ୍ରକଳ୍ପର ଯାଂଚ ହୋଇପାରିନାହିଁ। ଆସନ୍ତାକାଲି ବାକି ପ୍ରକଳ୍ପ ଗୁଡିକର ଯାଂଚ କରାଯିବ ବୋଲି ଟିମ ଲିଡର ଲକ୍ଷ୍ମୀଧର ସିଂ ସୂଚନା ଦେଇଛନ୍ତି। ଆଜିର ତଦନ୍ତ ସମୟରେ ବୈଷୟିକ ଟିମ ପକ୍ଷରୁ ଶ୍ରୀଯୁକ୍ତ ସିଂଙ୍କ ସହିତ ମନରେଗା ସଂଜଯୋକ ସତ୍ୟଜିତ ସେନାପତି ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ପ୍ରବୀର ମେହେର ,କନିଷ୍ଠ ଯନ୍ତ୍ରୀ ରାଜେଶ କୁମାର ଧିରଙ୍କ ସମେତ ସ୍ଥାନୀୟ ପି.ଇ.ଓ ପୁରନ୍ଦର ଠେଲା,ଜି.ଆର.ଏସ ଉମେଶ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଥାଉ କି ଉକ୍ତ ପଂଚାୟତରେ ମନରେଗା ଯୋଜନାରେ ରସ୍ତା,ବନ୍ଧ କାର୍ଯ୍ୟରେ ଦୁର୍ନୀତି ନେଇ ପଂଚାୟତିରାଜ ସଚିବ, ହରଭଙ୍ଗା ବି.ଡି,ଓ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପଂଚାୟତ ପକ୍ଷରୁ ୨୦୨୨-୨୩ ଆର୍ଥୀକ ବର୍ଷରେ ସମ୍ପାଦିତ ହୋଇଥିବା ୪୫ଟି ମନରେଗା ପ୍ରକଳ୍ପର ସ୍ୱତନ୍ତ୍ର ଅଡିଟ କରାଯାଇଥିଲା। ପରେ ସ୍ୱତନ୍ତ ଅଡିଟ ଦଳ ପକ୍ଷରୁ ଟେକ୍ନିକାଲ ଯାଂଚ ଆବଶ୍ୟକତାଥିବା ଜଣାଇବାପରେ ବୈଷୟିକ ଟିମ ତଦନ୍ତ ଆରମ୍ଭ କରିଛି। ସବୁ ପ୍ରକଳ୍ପର ଯାଂଚପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଟିମ ପକ୍ଷରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories