ଅମରାବତୀ : ଆନ୍ଧ୍ରପ୍ରଦେଶର ଏକ ପୁରୁଣା ପୋଲ ଭୁଶୁଡ଼ିବା ଖବର ସାମ୍ନାକୁ ଆସୁଛି। ପୋଲ ଭୁଶୁଡ଼ିବା ସମୟରେ ଏହି ବ୍ରିଜ ଉପରେ ୭୦ ଟନ୍ ଓଜନ ବିଶିଷ୍ଟ ଏକ ଗାଡି ଯାଉଥିଲା।
ଇଚ୍ଛାପୁର ନିକଟ ଶ୍ରୀକାକୁଲମ୍ ଜିଲ୍ଲାରେ ବାହୁଦା ନଦୀ ଉପରେ ଥିବା ପୁରୁଣା ପୋଲ ଭୁଶୁଡ଼ିବା ପରେ ଲୋକମାନେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଲୋକମାନେ କହିଥିଲେ ଯେ ହଠାତ୍ ଏହି ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ବେଳେ ୭୦ ଟନ୍ ଓଜନ ବିଶିଷ୍ଟ ଏକ ଗାଡି ଯାଉଥିଲା । ଏହି ଦୁର୍ଘଟଣାରେ ଗାଡି ଚାଳକ ଆହତ ହୋଇଛନ୍ତି। ଯାତ୍ରୀବାହୀ ଗାଡି ହୋଇନଥିବାରୁ ଏକ ବଡ ଅଘଟଣ ଟଳିଲା ।
ଗାଡି ଯିବା ବେଳେ ଭୁଶୁଡିଲା ପୋଲ ; ଅଳ୍ପକେ ବର୍ତ୍ତିଲେ ଚାଳକ
Popular Categories



