www.samajalive.in
Monday, December 8, 2025
14.1 C
Bhubaneswar

କମୁଛି ତୈଳ ଦର : ୧୮ ଦିନରେ ପେଟ୍ରୋଲ ୪.୦୫ ଓ ଡିଜେଲ ୨.୩୩ ଟଙ୍କା କମିଛି

ନୂଆଦିଲ୍ଲୀ : ଦେଶରେ ସମ୍ପ୍ରତି ତୈଳ ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ଏଥିଯୋଗୁ ଘରୋଇ ବଜାରରେ କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟୁଛି । ତେବେ ବିଗତ ୧୮ ଦିନ ମଧ୍ୟରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୪ ଟଙ୍କା ୦୫ ପଇସା ଏବଂ ଡିଜେଲରେ ୨ ଟଙ୍କା ୩୩ ପଇସା ହ୍ରାସ ଘଟିଥିବା ଜଣାଯାଇଛି। ଆଜି ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୧ ପଇସା ହ୍ରାସ ଘଟି ୭୮ ଟଙ୍କା ୭୮ ପଇସା
ଏବଂ ଡିଜେଲରେ ୧୭ ପଇସା ହ୍ରାସ ଘଟି ୭୩ ଟଙ୍କା ୩୬ ପଇସାକୁ ଖସିଆସିଛି।
ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଲିଟର ପିଛା ୨୨ ପଇସା ହ୍ରାସ ଘଟି ୭୭ ଟଙ୍କା ୭୦ ପଇସାରେ ପହଞ୍ଚିଛି । ଶନିବାର ଏହା ଲିଟର ପିଛା ୭୭ ଟଙ୍କା ୯୨ ପଇସା ରହିଥିଲା। ସେହିଭଳି ଆଜି ଡିଜେଲ ମୂଲ୍ୟରେ ଲିଟର ପିଛା ୨୦ ପଇସା ହ୍ରାସ ଘଟି ୭୮ ଟଙ୍କା ୭୮ ପଇସା ହୋଇଛି। ଗତକାଲି ଏହା ଲିଟର ପିଛା ୭୮ ଟଙ୍କା ୯୮ ପଇସା ରହିଥିଲା।
ସୂଚନାଯୋଗ୍ୟ ଅକ୍ଟୋବର ୧୮ ଠାରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ଅକ୍ଟୋବର ୪ରେ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା ଏବଂ ମୁମ୍ବଇରେ ୯୧ ଟଙ୍କା ୩୪ ପଇସା ସ୍ତର ଛୁଇଁଥିଲା। ସେହିଦିନ ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୫ ଟଙ୍କା ୪୫ ପଇସା ଏବଂ ମୁମ୍ବଇରେ ୮୦ ଟଙ୍କା ୧୦ ପଇସାରେ ପହଞ୍ଚିଥିଲା। ତେବେ ଚଳିତ ବର୍ଷ ଅଗଷ୍ଟ ୧୬ଠାରୁ ତୈଳ ଦରରେ ଏହି ବୃଦ୍ଧି ଧାରା ଜାରି ରହିଛି। ଅଗଷ୍ଟ ୧୫ରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୧୪ ପଇସା ଏବଂ ମୁମ୍ବଇରେ ୮୪ ଟଙ୍କା ୫୮ ପଇସା ରହିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories