www.samajalive.in
Tuesday, December 9, 2025
16.1 C
Bhubaneswar

ଗୋପବନ୍ଧୁ ଚିକିତ୍ସାଳୟ ପରିସରରୁ ପ୍ଲାଷ୍ଟିକ ପାଇପ ଚୋରି ଅଭିଯୋଗରେ ୨ ଅଟକ

ଗୁରୁଡିଝାଟିଆ : ମାଧବପୁର ସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ପରିସରରୁ ଦୁର୍ବୃତ୍ତମାନେ ଚୋରି କରିନେଇଥିଲେ ଜଳଯୋଗାଣ ପାଇପ । ପ୍ରାୟ ୨୦ ହଜାର ଟଙ୍କା ମୂଲ୍ୟର ଜଳଯୋଗାଣ ପାଇପକୁ ଦୁର୍ବୃତ୍ତମାନେ ୩ ତାରିଖ ରାତିରେ ଚୋରି କରିନେଇଥିଲେ । ଏ ନେଇ ଚିକିତ୍ସାଳୟ ପକ୍ଷରୁ ଗତକାଲି ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଖୁଣ୍ଟୁଣୀ ଥାନା ଅଧିକାରୀ ରବିନାରାୟଣ ବେହେରା ଘଟଣାକୁ ଗୁରୁତର ସହିତ ଗ୍ରହଣ କରି ଉପନିରୀକ୍ଷକ ଡଃ ବିକାଶ କୁମାର ସେଠୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏତଲା ଦେବାର ୫ଘଣ୍ଟା ମଧ୍ୟରେ ଉପନିରୀକ୍ଷକ ସେଠୀ ଅନୁସନ୍ଧାନ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିବା ସହିତ ୮ ଖଣ୍ଡ ୩୦ ଫୁଟ ଲମ୍ବର ପାଇପ ଜବତ କରିବାକୁ ସକ୍ଷମ ହୋଇଛନ୍ତି । ଅଟକ ଅଭିଯୁକ୍ତଦ୍ୱୟ ହେଲେ ବିବେକାନନ୍ଦ ନାଏକ(୨୫) ଓ ବିଜୟ କୁମାର ନାଏକ(୨୬) । ଏହି ଘଟଣାରେ ଅନ୍ୟ ଦୁଇଜଣ ସଂପୃକ୍ତ ଥିବାର ପୁଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହିତ ଅବଶିଷ୍ଟ ଚୋରି ପାଇପଗୁଡିକ ଉଦ୍ଧାର କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ସେଠୀ ଗଣମାଧ୍ୟମକୁ କହିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories