www.samajalive.in
Tuesday, December 9, 2025
26.1 C
Bhubaneswar

‘ପିଏମ୍‌ ବିଦ୍ୟାଲକ୍ଷ୍ମୀ’ରେ ମିଳିବ ୧୦ ଲକ୍ଷ ଶିକ୍ଷା ଋଣ

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ବିଶେଷ ସୁଧ ରିଆତି ଋଣ। ଏଥିପାଇଁ ‘ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ’ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି। ୨୦୨୪-୨୫ରୁ ୨୦୩୦-୩୧ ଆର୍ଥିକ ବର୍ଷ ମଧ୍ୟରେ ୭ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଏହି ଯୋଜନାରେ ଋଣ ଦେବା ପାଇଁ ୩ ହଜାର ୬ ଶହ କୋଟି ଟଙ୍କା ଆବଣ୍ଟନ ହୋଇଛି।
‘ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ’ ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ସରକାରୀ ଓ ଘରୋଇ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ପାଠ୍ୟକ୍ରମ ଦେୟ ଏବଂ ପାଠ୍ୟକ୍ରମ ସମ୍ବନ୍ଧୀୟ ଖର୍ଚ୍ଚ ବହନ କରୁଥିବା ବନ୍ଧକମୁକ୍ତ, ଗ୍ୟାରେଣ୍ଟମୁକ୍ତ ଋଣ ପାଇପାରିବେ। ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବନ୍ଧକମୁକ୍ତ ଋଣ ମିଳିବ। ପ୍ରତିବର୍ଷ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଇ-ଭାଉଚର ସହ ୩ ପ୍ରତିଶତ ସୁଧ ରିଆତି ମିଳିବ। ଏନେଇ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ସମୟରେ ଘୋଷଣା କରିଥିଲେ। ଛାତ୍ରଛାତ୍ରୀ ସମସ୍ତ ବ୍ୟାଙ୍କରେ ସରଳୀକୃତ ଆବେଦନ ପ୍ରକ୍ରିୟା ରହିଛି। ଋଣ ଓ ସୁଧ ସହାୟତା ପାଇଁ ‘ପିଏମ୍‌-ବିଦ୍ୟାଲକ୍ଷ୍ମୀ’ ପୋର୍ଟାଲ ମାଧ୍ୟମରେ ପିଲାମାନେ ଆବେଦନ କରିପାରିବେ। ସୁଧ ସହାୟତା ଦେୟ ଇ-ଭାଉଚର ଓ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) ୱାଲେଟ ମାଧ୍ୟମରେ ପ୍ରଦାନ କରାଯିବ। ଏହି ଯୋଜନାରେ ଶୀର୍ଷସ୍ତରୀୟ ଶିକ୍ଷାନୁଷ୍ଠାନଙ୍କୁ ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂ ଅନୁଯାୟୀ ସାମିଲ କରାଯାଇଛି। ଯେଉଁଥିରେ ଶୀର୍ଷ ୧୦୦ ସ୍ଥାନରେ ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ରହିଛି। ଏଥିସହ ୧୦୧ରୁ ୨୦୦ ରାଙ୍କ୍‌ ମଧ୍ୟରେ ଥିବା ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ଓ କେନ୍ଦ୍ର ସରକାରୀଙ୍କ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଏଥିପାଇଁ ଯୋଗ୍ୟ ଅଟନ୍ତି। ଏହି ଯୋଜନାରେ ବର୍ତ୍ତମାନ ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂ ସହ ୮୬୦ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସାମିଲ ଥିବାବେଳେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ୭.୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ପାଇଁ ଛାତ୍ରଛାତ୍ରୀଙ୍କର ବକେୟା ଉପରେ ୭୫ଧର କ୍ରେଡିଟ ଗ୍ୟାରେଣ୍ଟି ମିଳିବ, ଯାହାଦ୍ବାରା ଏହି ଯୋଜନାରେ ଶିକ୍ଷାଋଣ ଦେବା ପାଇଁ ବ୍ୟାଙ୍କକୁ ଉତ୍ସାହିତ କରାଯିବ। ଏଥିସହ ବାର୍ଷିକ ୮ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ପରିବାରର ଆୟ ଥିବା ଛାତ୍ରଛାତ୍ରୀ, ଯେଉଁମାନେ ଅନ୍ୟ କୌଣସି ସରକାରୀ ଛାତ୍ରବୃତ୍ତି କିମ୍ବା ସୁଧ ସୁବିଧା ପାଇଁ ଯୋଗ୍ୟ ନୁହନ୍ତି, ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ପର‌୍ୟ୍ୟନ୍ତ ଋଣ ଉପରେ ୩ଧର ସୁଧ ରିଆତି ମିଳିବ। ଏହି ଯୋଜନାରେ ବାର୍ଷିକ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଋଣ ଦିଆଯିବ, ଯେଉଁଥିରେ ବୈଷୟିକ/ବୃତ୍ତିଗତ ପାଠ୍ୟକ୍ରମରେ ସରକାରୀ ଅନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories