www.samajalive.in
Tuesday, December 9, 2025
16.1 C
Bhubaneswar

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୬ ଭାରତୀୟ ବଂଶୋଦ୍ଭବ ବିଜୟୀ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ସକାଳେ ମତଦାନ ଶେଷ ହୋଇଛି। ମତଦାନ ଶେଷ ପରେ କଂଗ୍ରେସର ପ୍ରତିନିଧି ସଭା ଓ ସିନେଟ୍‌କୁ ନିର୍ବାଚିତ ହୋଇଥିବା ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଘୋଷିତ ଫଳାଫଳ ଅନୁଯାୟୀ ଆମେରିକାର ପ୍ରତିନିଧି ସଭାକୁ ଏଥର ସର୍ବାଧିକ ୬ଜଣ ଭାରତୀୟ ବଂଶୋଦ୍ଭବ ନିର୍ବାଚିତ ହୋଇଛନ୍ତି। ଆମେରିକାର ପ୍ରତିନିଧି ସଭାରେ ଏବେ ୫ଜଣ ଭାରତୀୟ ଆମେରିକୀୟ ଥିବାବେଳେ ଏହି ସଂଖ୍ୟା ୬କୁ ବୃଦ୍ଧି ପାଇଛି। ସୁହାସ ସୁବ୍ରମଣ୍ୟମ୍ ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ଭର୍ଜିନିଆରୁ ବିଜୟୀ ହୋଇ ରେକର୍ଡ କରିଛନ୍ତି। ସୁବ୍ରମଣ୍ୟମ୍ ଡେମୋକ୍ରାଟିକ୍ ପାର୍ଟିରୁ ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ୍‌ ପାର୍ଟିର ମାଇକ୍ କ୍ଲାନ୍ସିଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନରେ ବିଜୟୀ ହେବା ପରେ ସେ ଭର୍ଜିନିଆର ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭର୍ଜିନିଆର ୧୦ମ ଜିଲାରେ ସୁବ୍ରମଣ୍ୟମ୍‌ଙ୍କ ପରିବାର ବାସ କରୁଛନ୍ତି। ଏଠାରେ ସେ ବିବାହ କରିଛନ୍ତି। ସୁବ୍ରମଣ୍ୟମ୍ ଏବେ ଭର୍ଜିନିଆ ପ୍ରଦେଶର ସିନେଟର ଅଛନ୍ତି। ଅନ୍ୟ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଶ୍ରୀ ଥାନେଦାର ମିଚିଗାନର ତ୍ରୟୋଦଶ ଜିଲାରୁ ପୁନଃ ନିର୍ବାଚିତ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟିର ମାର୍ଟେଲ ବିଭିଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ରୋ ଖାନ୍ନା କାଲିଫର୍ଣ୍ଣିଆର ୧୭ତମ ଜିଲାରୁ ବିଜୟୀ ହୋଇଛନ୍ତି। ସେ ରିବ୍ଲିକାନ ପାର୍ଟିର ଅନିତା ଚେନଙ୍କୁ ପରାସ୍ତ କରିଛନ୍ତି। ପ୍ରମିଳା ଜୟପାଲ୍‌ ୱାଶିଂଟନର ୭ମ ଜିଲାରୁ ବିଜୟୀ ହୋଇଛନ୍ତି। ସେ ୫ମ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆମି ବେରା କାଲିଫର୍ଣ୍ଣିଆର ୬ଷ୍ଠ ଜିଲାରୁ ବିଜୟୀ ହୋଇଛନ୍ତି। ଜଣେ ଡାକ୍ତର ଭାବେ ଆମି କାଲିଫର୍ଣ୍ଣିଆ ଅଞ୍ଚଳରେ ବେଶ୍ ପରିଚିତ। ସେ କ୍ରମାଗତ ୭ମ ଥର ପାଇଁ ବିଜୟୀ ହୋଇଛନ୍ତି। ରାଜା କୃଷ୍ଣମୂର୍ତ୍ତି ଇଲିନୋଇସ୍‌ର ୮ମ ଜିଲାରୁ ବିଜୟୀ ହୋଇଛନ୍ତି। ସେ କ୍ରମାଗତ ୫ ଥର ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେବେ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ଅମିସ୍‌ ଶାହା ଆରିଜୋନାରେ ଆଗୁଆ ରହିଥିବା ଜଣାଯାଇଛି। ଏହି ନିର୍ବାଚନରେ ୯ଜଣ ଭାରତୀୟ ବଂଶୋଭବ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories